ରାମନାଗୁଡା ବ୍ଲକ ରେ ଦେଖିବାକୁ ମିଳିଛି ବାତ୍ୟା ମନ୍ଥା ର ପ୍ରଭାବ
ରାମନାଗୁଡା : ( ସଞ୍ଜୀବ କଣ୍ଡାଗରୀ ) ଯେଉଁ ଭଳି ଭାବେ ସାରା ରାଜ୍ୟରେ ମୋନ୍ଥା ର କରାଳ ରୂପ ଦେଖି ବାକୁ ଲୋକେ ବିକଳ ହୋଇ ନିଜର ଜିବନ କୁ କେମିତି ବଞ୍ଚେଇବେ ସେ ନେଇ ସବୁ ଲୋକଙ୍କ ମନରେ ଭୟର ବାତା ବରଣ ଦେଖିବାକୁ ମିଳିଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ଅଦେଶ ହୋଇ ଥିବା ବେଳେ ରାୟଗଡା ଜିଲ୍ଲା ପ୍ରଶାସନ ଓ ରାମନାଗୁଡା ବ୍ଲକ ପ୍ରଶାସନ ବାତ୍ୟା ମୋନ୍ଥା କୁ ନେଇ ପ୍ରସ୍ତୁତ ଥିବା କୁହା ଯାଇଛି ।ରାଜ୍ୟର ବିଭିନ୍ନ ଜାଗାରେ ଭୁସ୍କଳନ ର ଭୟ ଥିବା ବେଳେ କାନପୁଲିସି ଠାରୁ ଦୁରୁଗୁଡା ,କାଲାମ ଗୁଡା ,ରାମନାଗୁଡା କୁ ସଂଯୋଗ କରୁଥିବା ରାସ୍ତା ରେ ଥିବା ତରୁ ଲତା ରାସ୍ତା କୁ ଅବରୋଧ କରି ଯାତାୟାତ ର ଅସୁବିଧା ହଉଥିବ ଦେଖିବାକୁ ମିଳିଛି । ରାମନାଗୁଡା ବ୍ଲକ ର ଶୁଣ୍ଢି ଧମୁଣି ଗ୍ରାମ ପଞ୍ଚାୟତ ତାଣ୍ଡିକୋଣା ଗ୍ରାମରେ ବାତ୍ୟା ମନ୍ଥା ର ପ୍ରଭାବ ଦେଖିବାକୁ ମିଳିଛି । ତାଣ୍ଡିକୋଣା ଗ୍ରାମର ଦ୍ରୋପଦି ମାଣ୍ଡଙ୍ଗି ଙ୍କ ସହ ଚାରି ଜଣ ଅଳ୍ପକେ ବର୍ତିଯାଇଛନ୍ତି। ବାତ୍ୟା ମନ୍ଥ। ର ପ୍ରଭାବରେ ଘର ଭୁଶୁଡି ଯାଇ ଥିବାବେଳେ ଖାଦ୍ୟପେୟ ନଷ୍ଟ ହୋଇ ପାଣିରେ ଧୋଇ ହୋଇଯାଇଛି ମାଣ୍ଡାଙ୍ଗି କହିଛନ୍ତି।ଏହି ସମ୍ପର୍କରେ ଗ୍ରାମବାସୀ ମାନେ ସ୍ଥାନୀୟ ସରପଞ୍ଚ ଭାସ୍କର କାଡ୍ରକା ଏବଂ ରାଜସ୍ବ ନିରୀକ୍ଷକ ଧରଣୀ ରଞ୍ଜନ ଶବର ଙ୍କୁ ଖବର ଦେବାପରେ ତହସିଲଦାର ରାମନାଗୁଡା ପ୍ରାଣ କୃଷ୍ଣ ପାଣିଗ୍ରାହୀ, ତହସିଲ ବିଭାଗ ସୁପରଭାଇଜର ସିବାନନ୍ଦ , ଆର ଆଇ ଧରଣୀ ରଞ୍ଜନ ଶବର ଓ ସ୍ଥାନୀୟ ଲୋକଙ୍କ ଙ୍କ ସହଯୋଗ ରେ ଘର ନଷ୍ଟ ହୋଇଥିବା ବ୍ୟକ୍ତି ଙ୍କୁ ଜରି ପାଲ ଗୋଟିଏ ଦେଇଥିବା ରାଜସ୍ୱ ଆର ଆଇ ଶ୍ରୀ ଶବର କହିଛନ୍ତି ।
