ବାଣ ବଜାରରେ ଲାଗିଛି ଭିଡ଼, ଜମୁଛି ବେପାର
ବୁଗୁଡ଼ା : ତା ୩୦/୧୦/୨୪ : ଆଲୋକର ପର୍ବ ଦୀପାବଳି ପାଇଁ ବୁଗୁଡ଼ାରେ ଖୋଲିଛି ସ୍ୱତନ୍ତ୍ର ବାଣ
ବଜାର । ସ୍ଥାନୀୟ ଶକ୍ତିନଗରସ୍ଥିତ ଏକ ବିଲମାଳରେ
ଗତ ମଙ୍ଗଳବାର ଠାରୁ ବାଣ ବିକ୍ରି ଆରମ୍ଭ ହୋଇଛି । ବାଣ ବ୍ୟବସାୟୀମାନେ ବିଭିନ୍ନ ପ୍ରକାରର ବାଣ ଦୋକାନରେ ବିକ୍ରି କରୁଛନ୍ତି । ବାଣ କିଣିବା ପାଇଁ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ତେବେ ସବୁଜ ବାଣ ଲୋଗ ଥିବା ବିଭିନ୍ନ କମ୍ପାନୀର ବାଣ ଦୋକାନରୁ ମିଳୁଛି । ଅଧିକ ଶବ୍ଦ ହେଉନଥିବା ବାଣ ବିକ୍ରିକୁ ବ୍ୟବସାୟୀ ଗୁରୁତ୍ଵ ଦେଇଛନ୍ତି । ଛୋଟ ଛୁଆଙ୍କ ଠାରୁ ବଡ ଲୋକ ଫୁଟାଉଥିବା ବାଣ ଓ ଆଲୁଅ ସୃଷ୍ଟିକାରୀ ବିଭିନ୍ନ ବାଣ ବିକ୍ରି ହେଉଛି । ବିଶେଷକରି ନଲବଣ୍ଟା ଓ ଶିବକାଶୀରୁ ଆସିଥିବା ବାଣର ଚାହିଦା ଅଧିକ ରହୁଥିବା ବେଳେ ଅପରାହ୍ନରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବାଣ ଦୋକାନରେ ଭିଡ ରହୁଛି । କୌଣସି ଅଘଟଣ ଘଟିବା ଆଶଙ୍କାରେ ବାଣ ଷ୍ଟଲ ନିକଟରେ ଅଗ୍ନି ନିର୍ବାପକ ଯନ୍ତ୍ର ରହିଛି । ଚଳିତବର୍ଷ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି ।