June 18, 2026

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ

IMG-20231030-WA0057
Share

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ

ରାମନାଗୁଡା। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ୨୦୨୩ ପାଳନ ଅବସରରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଡ଼ି ଓ ପ୍ରଦ୍ୟୁମ୍ନ ମଣ୍ଡଳ ବ୍ଳକର ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ନେଇ ଶପଥ ପାଠ କରାଯାଇଥିଲା ଏଥିରେ ବିଭାଗୀୟ ଅଧିକାରୀ ତ୍ରୀନାଥ ମାହାନ୍ତି, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, ଉନ୍ନୟନ ବିଭାଗ ଅଧିକାରୀ, ପ୍ରତିଷ୍ଠାନ ବିଭାଗ ଅଧିକାରୀ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ବରିଷ୍ଠ ରାଜସ୍ୱ ସହାୟକ ପ୍ରଦିପ ଜାଗରାଙ୍ଗା,କନିଷ୍ଠ ରାଜସ୍ବ ସହାୟକ ସିପୁ ପ୍ରଧାନ, ସମସ୍ତ ଜେଇ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।।

ରିପୋର୍ଟ ସଞ୍ଜୀବ କୁମାର ଦାଶ

You may have missed