October 1, 2026

ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ 

IMG-20260930-WA0037
Share

 

ବରପାଲି – (ସୁଦାମ ଦୀପ)ଆଜି ବରପାଲିର ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ର ରସୋଇ ବିତରକ ଶ୍ରୀ ସାଇ ଗ୍ୟାସ ଏଜେନ୍ସୀ ରେ ୧୦ କେଜି ର ନାବ୍ୟା ସିଲିଣ୍ଡର ର ଉଦଘାଟନ କରାଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବରେ ବରପାଲି ପୋଲିସ ଅଧିକାରୀ ପ୍ରମୋଦ କୁମାର ସାହୁ, ସମ୍ମାନିତ ଅତିଥି ଭାବରେ ବରପାଲି ଫାର୍ମାସ୍ୟୁଟିକାଲ୍ସ କଲେଜ ଚେୟାରମେନ ନରେନ୍ଦ୍ର କୁମାର ହୋତା ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବରପାଲି ପ୍ରତିନିଧି ସାମ୍ବାଦିକ ପଦ୍ମଲୋଚନ ସାହୁ ପ୍ରମୁଖ ଯୋଗ ଦେଇ ଏହାକୁ ଉଦଘାଟନ କରି ଦୁଇ ଜଣ ଗ୍ରାହକ ଙ୍କୁ ବଣ୍ଟନ କରିଥିଲେ । ଏହି ସିଲିଣ୍ଡର ହାଲୁକା ଥିବାରୁ ଏହା ନେବା ଆଣିବା ପାଇଁ ସହଜ ଓ ଏହା ସର୍ବଦା ଉପଲବ୍ଧ ବୋଲି ବିତରକ ବାଲ କିଶୋର ଖାଡ଼ଙ୍ଗା ପ୍ରକାଶ କରିଥିଲେ । ଉତ୍ସବ ରେ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା । ଶେଷ ରେ ସହ ପରିଚାଳକ ଲୋକେଶ ଖାଡ଼ଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯକ୍ରମ ରେ ବହୁ ସାମ୍ବାଦିକ, ଆଇନଜୀବୀ ଓ ଗ୍ୟାସ ଗ୍ରାହକ ଉପସ୍ଥିତ ଥିଲେ।