ଗାଁ ସାଥୀ ତାଲିମରେ ବ୍ୟାପକ ଅବ୍ୟବସ୍ଥା, ଅଧିକାରୀ ଅନୁପସ୍ଥିତ, ଏପିଓଙ୍କ ଦୁର୍ବ୍ୟବହାର ଅଭିଯୋଗ।
ବୋଲଗଡ଼,୩୦/୯ (ଉପାନ୍ତ ଖବର):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ (ପତ୍ର ନଂ-୨୭୧୯୭, ତା. ୨୪/୦୯/୨୦୨୬) ଅନୁଯାୟୀ ବୋଲଗଡ଼ ବ୍ଲକ OSWAN VC Hall ରେ ଗାଁ ସାଥୀ (Active Mates) ମାନଙ୍କ VB-G RAM G ତାଲିମ ଅନୁଷ୍ଠିତ ହୋଇଥିଲା। ହେଲେ ତାଲିମରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା।
ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ହେଲା DIP ରେ କାମ ହେଉନଥିବାରୁ ଗାଁ ସାଥୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଆଜିର ବୈଠକ ଗୁରୁତ୍ୱପୂର୍ଣ୍ଣ ଥିଲା, କିନ୍ତୁ VB-G RAM G ଦାୟିତ୍ୱରେ ଥିବା ବ୍ଲକ ସ୍ତରୀୟ ଅଧିକାରୀ ନିଜେ ବୈଠକରେ ଅନୁପସ୍ଥିତ ଥିଲେ। ଫଳରେ ଗାଁ ସାଥୀ ମାନଙ୍କ ପ୍ରଶ୍ନର ଉତ୍ତର ମିଳିପାରିଲା ନାହିଁ।
ବିନା ଅଧିକାରୀରେ କେବଳ VC ଚାଲିଥିବାରୁ ତାଲିମ ନାମମାତ୍ର ହୋଇଛି ବୋଲି ଗାଁ ସାଥୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଗାଁ ସାଥୀ ସଂଘ ଏପିଓଙ୍କୁ ଘେରି ପଚାରିବାରୁ “ତୁମକୁ କିଏ ଡାକିଛି” ବୋଲି କହି ଦୁର୍ବ୍ୟବହାର କରିଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ସେହିପରି ତାଲିମ ସମୟରେ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ନଥିବାରୁ ଅସନ୍ତୁଷ୍ଟ ହୋଇ ଅଧାରୁ ଅନେକ ଗାଁ ସାଥୀ ପଳାଇ ଯାଇଥିଲେ। ବ୍ଲକ ପ୍ରଶାସନର ଏଭଳି ଦାୟିତ୍ୱହୀନ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏଥିରେ ଜିଲ୍ଲା ସମ୍ପାଦକ ତଥା ବୋଲଗଡ଼ ବ୍ଲକ ସଭାପତି କମଳ କାନ୍ତ ବେବର୍ତ୍ତା ପଟ୍ଟନାୟକ, ଉପସଭାପତି ପ୍ରଶାନ୍ତ କୁମାର ପଟ୍ଟନାୟକ, ସମ୍ପାଦକ ବିରୂପାକ୍ଷ ମହାପାତ୍ର, ସହ-ସମ୍ପାଦକ ସୁରେଶ କୁମାର ସେନାପତି ପ୍ରମୁଖ ଯୋଗ ଦେଇଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
