September 30, 2024

  ଓଁ ଶ୍ରୀ ଶ୍ରୀ ମାଆ ମଙ୍ଗଳାଙ୍କ ଝାମୁ ଯାତ୍ରା ସୁରୁଖୁରୁରେ ସମ୍ପନ୍ନ

Share


ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋଡ଼ିବାଲି ପଞ୍ଚାୟତର ପାତ୍ରବୁଢ଼ା ଟାମକରାଣୀ ଏରିଆର ନୁଆଁ ଗାଁ ମୌଜାରେ ପ୍ରଥମ ଥର ପାଇଁ ଓଁ ଶ୍ରୀ ଶ୍ରୀ ମାଆ ମଙ୍ଗଳାଙ୍କ ଝାମୁଯାତ୍ରା ଧୁମଧାମରେ ପାଳନ ହୋଇଯାଇଛି l ଏଥିରେ ମାଆ ମଙ୍ଗଳା ପୂଜାରୀ ଦେହରେ ଆବେଶ ହୋଇଥିଲେ l ମାଆ ମଙ୍ଗଳା ଦିଶାରି ଦେହରେ ଆବିର୍ଭୁତ ହେବା ଦ୍ୱାରା ସେ ଅନାୟାସରେ ତୀକ୍ଷ୍ଣ ବେଲ କଣ୍ଟା ଦ୍ୱାରା ପ୍ରସ୍ତୁତ ହୋଇଥିବା ଆସନରେ ବସିଲେ ଏବଂ ତା ଉପରେ ଶୋଇଲେ ଓ ରଢ଼ ନିଆଁରେ ଚାଲିଲେ l ଦିଶାରି ପାଇଁ ଏହା ଏକ ପରୀକ୍ଷା ଥିଲା l ପ୍ରଥମ ଥର ପାଇଁ ଏହି ଯାତ୍ରା ଏଠାରେ ଆରମ୍ଭ ହେଲା l କଂଜାଙ୍ଗମାଣ୍ଡିର ଗୌନ୍ତିଆ ଶ୍ରୀ ଗଣନାଥ ସାହୁ ଏବଂ ଜାନି ଶ୍ରୀ ବଳି ମାଝୀଙ୍କ ପ୍ରଚେଷ୍ଟା ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରଥମ ବର୍ଷର ଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇପାରିଲା l ଲାଞ୍ଜିଗଡ଼ର ଘୁମୁରାନାଚ ଦଳ ନିମନ୍ତ୍ରିତ ହୋଇ ସେଠାକୁ ଯାଇ ଯାତ୍ରାରେ ଘୁମୁରା ବାଦ୍ୟ ଓ ନୃତ୍ୟ ପରିବେଷଣ କରିଥିଲେ l ଆଖ ପାଖ ଅଞ୍ଚଳର ପ୍ରାୟ ଅଢ଼େଇ ହଜାର ଲୋକଙ୍କର ସମାବେଶ ହୋଇଥିଲା l ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ସମ୍ପନ୍ନ ହୋଇଥିବା ଯୋଗୁଁ ଆୟୋଜକମାନେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର