November 26, 2024

ବିପର୍ଯୟ ମୁକାବିଲା କରିବା ପାଇଁ ଶିଆଳି ପଞ୍ଚାୟତରେ ବୈଠକ….

Share

 

 

କାଶୀନଗର ପଞ୍ଚାୟତ ସମିତି ମଧ୍ୟରେ ଥିବା ସିଆଳି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିପର୍ଯୟ ମୁକାବିଲା କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ଏହି ବୈଠକରେ ସିଆଳି ପଞ୍ଚାୟତ ର ସରପଞ୍ଚ ରାମ ପ୍ରସାଦ ପଟନାୟକଙ୍କ ଅଧ୍ୟକ୍ଷତା ରେ ଆରମ୍ଭ ହୋଇଥିଲା. ଶିଆଳି ପଞ୍ଚାୟତ ମଧ୍ୟରେ ଥିବା ଛୋଟ ଛୋଟ ଗ୍ରାମ ମାନଙ୍କ ରେ ବସ ଵାସ କରୁଥିବା ଆଦିବାସୀ ମାନଙ୍କୁ ବିପର୍ଯୟ ସମୟରେ କିପରି ସେମାନେ ନିରାପଦ ରେ ମୁକାବିଲା କରି ଶୂନ୍ୟ ମୃତ୍ୟୁ ପାଇଁ ଚେଷ୍ଟା କରିବେ ସେଥିପାଇଁ ସୁନୀଲ ପାତ୍ର ଉପସ୍ଥିତ ଥିବା ଅଙ୍ଗନାୱାଡି କର୍ମୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ. ଏହାପରେ ସରୋଜ କୁମାର ପଟନାୟକ ଆର୍ଥିକ ସକ୍ଷରତା ବିଷୟରେ ମହିଳା ମାନଙ୍କୁ ବୁଝାଇ କର୍ମୀ ତତ୍ପର ମହିଳା ମାନଙ୍କ ପାଇଁ କେନ୍ଦ୍ର ସରକାର ଙ୍କ ଅର୍ଥ ସଂଚୟ ପାଇଁ ଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ପରେ ସାଇବର ଠକ ମାନେ କିପରି ବିଭିନ୍ନ ଉପାୟରେ ଆମେ ସଂଚୟ କରିଥିବା ଅର୍ଥ କିଛି କ୍ଷଣ ରେ ଲୁଟି ଆମକୁ ସର୍ବ ସ୍ୱାନ୍ତ କରୁଛନ୍ତି ସେଥିପାଇଁ ସେମାନଙ୍କ ପ୍ରତି ଆମେ ସବୁବେଳେ ବ୍ୟାଙ୍କ ନେଣ ଦେଣ, ଏ ଟି ଏମ ରୁ ଟଙ୍କା ଉଠାଇବା ସମୟରେ, ନିଜ ଫୋନ କୁ ଅଜଣା କଲ ଆସିବା, ଓ ଟି ପି ନଂ ମାଗିବା ଏମିତି ବିଭିନ୍ନ ନୂଆ ନୂଆ ଉପାୟରେ ଏହି ଅଦୃଶ୍ୟ ଠକ ଚାରିଆଡେ ଛପି ଜଗି ବସିଛନ୍ତି. ସେମାନଂକୁ ଆମେ କିପରି ମୁକାବିଲା କରିବା ସେ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ. ଏହି କାର୍ଯ୍ୟକ୍ରମ ସିଆଳି ପଞ୍ଚାୟତ ଅଫିସର ଭଗବାନ ନାୟକ ଓ ଗିରିଧର ପାତ୍ର, ଯୋଗାଣ ସହାୟକ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଆନନ୍ଦ ପାତ୍ର ଉପସ୍ଥିତ ଥିଲେ.ସରପଞ୍ଚ ଶ୍ରୀ ପଟନାୟକ ସମସ୍ତ ଏମ ଵି କେ, ସି ଆର ପି ଓ ମହିଳା ସ୍ୱୟଂ ସହାୟକ ମା ମାନଙ୍କୁ ଡ଼ାକି ଥିଲେ କିନ୍ତୁ ସେମାନେ ଷ୍ଟ୍ରାଇକରେ ଥିବାରୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ନ ଥିଲେ ବୋଲି କହିଥିଲେ.(ରାଧାନାଥ ଚୌଧୁରୀ )

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.