March 12, 2026

ମିଶନ ଶକ୍ତି ମା ମାନଙ୍କ ସରକାର କୁ ଚେତାବନୀ  

IMG-20240930-WA0027
Share

 

ପଦ୍ମପୁର : (ଜୟନ୍ତ କୁମାର ସେଠ)ଗୋଟିଏ ବର୍ଷ ହେଲା ଦରମା ନ ପାଇବାରୁ ପଦ୍ମପୁର ମିଶନ ଶକ୍ତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ମିଶନ ଶକ୍ତି ମା ମାନେ lମିଶନ ଶକ୍ତି ସମଗ୍ର ରାଜ୍ୟରେ ମହିଳା ସଶକ୍ତିକରଣ ର ଏକ ଦୃଷ୍ଟାନ୍ତ ସାଜିଛି ମହିଳା ସଶକ୍ତିକରଣ ଓ ସେମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ ମିଶନ ଶକ୍ତି ସବୁବେଳେ ଉଦ୍ୟମ କରି ଆସୁଛି ଗ୍ରାମୀଣ ମହିଳା ମାନ ଙ୍କୁ ମିଶନ ଶକ୍ତି ଜରିଆରେ ଅର୍ଥ ନୀତିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ବିପୁଳ ଅନୁଦାନ ଯୋଗାଉଛି। ହେଲେ ବିଗତ ଏକ ବର୍ଷ ହେଲା ମିଶନ ଶକ୍ତି ମହିଳା ମାନେ ଦରମା ନ ପାଇ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ତେବେ ବାରମ୍ବାର ପ୍ରଶାସନ କୁ ଜଣାଇଲେ ମଧ୍ୟ କୌଣସି ପ୍ରକାର ପତିଶୃତି ର ପ୍ରତିଫଳ ଦେଖା ଯାଉ ନାହିଁ । ସେଥିପାଇଁ ଆଜି ପଦ୍ମପୁର ମିଶନ ଶକ୍ତି କାର୍ଯ୍ୟାଳୟ ଠାରେ ମିଶନ ଶକ୍ତି ମହିଳା ମାନେ ଯଦି ସରକାର ତାଙ୍କର ଦାବୀ ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।