April 28, 2026

ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଙ୍କ ରାୟଗଡା ଜ଼ିଲ୍ଲା ଗସ୍ତ 

IMG-20240930-WA0025
Share

 

ରାୟଗଡା : ଭାରତୀୟ ଜନତା ପାର୍ଟି ର କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ମହେଶ୍ୱର ମହାନ୍ତି ରାୟଗଡା ଜ଼ିଲ୍ଲା ଗସ୍ତ ସମୟ ରେ ଅମ୍ବାଦଳା, ମୁନିଗୁଡା ଠାରେ ସ୍ୱାଗତ କରାଯାଇଥିଲା l ଶ୍ରୀ ମହାନ୍ତି ମୁନିଗୁଡା ପରେ ରାୟଗଡା ସଦର ମୋହକୁମା ରେ ପହଂଚିବା ପରେ ରାୟଗଡା ବିଜେପି ପକ୍ଷରୁ ୟାଲା ଭେଣକେଟସ୍ୱର ରାଓ କୋଣ୍ଡା ବାବୁ, ଅର୍ଚନା ବର୍ମା, ନିମୁ ଭାଇ, କେ ଶ୍ରନିବାସ ହାସମୁଖ ଭାଇ ହାସୁ, ସୁମନ୍ତ ମହାନ୍ତି ସ୍ୱାଗତ କରିଥିଲେ l ଶ୍ରୀ ମହାନ୍ତି ପ୍ରଥମେ ଜ଼ିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଅଫିସ ପ୍ରାଙ୍ଗଣରେ ଗୋଟିଏ ବୃକ୍ଷ ରୋପଣ କରିଥିଲେ l ଏହାପରେ ସ୍ଥାନୀୟ ତୃପ୍ତି ହୋଟେଲ ଛକ ଠାରେ କିଛି ଜନସାଧାରଣ ଙ୍କ ସହିତ ବିଜେପି ର ସଦସ୍ୟତା ରର ସାମିଲ ପାଇଁ ଆଲୋଚନା କରିଥିଲେ l. ପରେ ପରେ ରିଙ୍ଗ ରୋଡରେ କୋଣ୍ଡା ବାବୁଙ୍କ ଅଫିସ କୁ ଆସି ଥିଲେ ଏହି ଠାରେ କୋଣ୍ଡା ବାବୁ ଓ ବହୁ ବିଜେପି କର୍ମୀ ଶ୍ରୀ ମହାନ୍ତି ଙ୍କୁ ସ୍ୱାଗତ କରିଥିଲେ l କର୍ମୀ ଓ କୋଣ୍ଡା ବାବୁ ଙ୍କ ସହିତ ବିଜେପି ର ସଦସ୍ୟତା ଅଭିଯାନ ସମ୍ପର୍କ ରେ ପଚାରି ବୁଝିଥିଲେ l ଘରେ ଘରେ ଭାଜପା ସଦସ୍ୟତା ସୃଷ୍ଟି ହେବ ଭାଜପା ବିଚାର ଘରେ ଘରେ ପହଂଚାଇବା ନେଇ ଗୁରୁ ମନ୍ତ୍ର ଦେଇଥିଲେ l ଡବଲ ଇଂଜିନ ସରକାର ଙ୍କ. ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କ ତର ଜନସାଧାରଣ ଙ୍କୁ ଅବଗତ କରାଇବା ନିମନ୍ତେ କହିଥିଲେ l ଏହି ସମୟରେ ବରିଷ୍ଠ ଆଇନଜୀବୀ ବିରଜା ପାତ୍ର ସମାଜ ସେବି କେ ସି ପଟ୍ଟନାୟକ କେ ଶ୍ରୀନିବାସ ଙ୍କ ସମତେ ବହୁ ବିଜେପି କର୍ମୀ. ଉପସ୍ଥିତ ଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed