March 10, 2026

ଗଜପତି ଜିଲ୍ଳା ଆଇନ ସେବା ପ୍ରାଧିକରଣ ପକ୍ଷରୁ କାଶୀନଗର ବାରଣାସୀ ସରକାରୀ ହାଇସ୍କୁଲ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ 

IMG-20250830-WA0013
Share

 

ପାରଳାଖେମୁଣ୍ଡି:୩୦/୮(ଗରୁଡ ଧ୍ଵଜ ଚୌଧୁରୀ)ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଜପତିଙ୍କ ପକ୍ଷରୁ ଶନିବାର ସକାଳ ୯ ଟାରେ କାଶିନଗର ବାରାଣସୀ ସରକାରୀ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଲା। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆଇନ ସମ୍ପର୍କରେ ସଚେତନ କରିବା ସହିତ ସେମାନଙ୍କର ଦୈନନ୍ଦିନ ଜୀବନରେ ଆଇନର ପ୍ରାୟୋଗିକ ଗୁରୁତ୍ୱକୁ ଅବଗତ କରାଇବା ଥିଲା।ସଭାର ଅଧ୍ୟକ୍ଷତା ଶ୍ରୀ ବିମଳ ରାଉଳ, ସଚିବ, ଡିଏଲଏସଏ, ଗଜପତି କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ବିଧିର ମୂଳ ଅବଧାରଣା, ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ। ସେ ସଚେତନ ଓ ଦାୟୀତ୍ୱପରାୟଣ ନାଗରିକ ଭାବେ ଛାତ୍ରଛାତ୍ରୀଙ୍କୁ ଗଢ଼ିଉଠିବା ପାଇଁ ପ୍ରୋତ୍ସାହିତ କରିଥିଲେ।କାର୍ୟକ୍ରମରେ ଶ୍ରୀ ଗୁମ୍ମୁଡୁ ଚିଟି ବାବୁ, ବରିଷ୍ଠ ଆଇନଜୀବୀ, ପାରଲାଖେମୁଣ୍ଡି ବାର ଅସୋସିଏସନ; ଶ୍ରୀମତୀ ନର୍ମଦା ଦାସ, ଏବିଇଓ, କାଶିନଗର; ଓ ଶ୍ରୀ ଆର. ଦିଲୀପ କୁମାର, ମୁଖ୍ୟଶିକ୍ଷକ, ବାରାଣସୀ ସରକାରୀ ବିଦ୍ୟାଳୟ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତ ଅତିଥିବର୍ଗ ବିଭିନ୍ନ ବିଧି ପ୍ରାବଧାନ ବିଷୟରେ ଛାତ୍ରଛାତ୍ରୀଙ୍କୁ ମୂଲ୍ୟବାନ ଜ୍ଞାନ ଦେଇଥିଲେ।