July 30, 2026

ବେଆଇନ କାମକୁ ନେଇ ଗ୍ରାମବାସୀଙ୍କ ବିରୋଧ, ଗ୍ରାମବାସୀଙ୍କୁ ପୋଲିସ୍ ର ନାଲିଆଖି…….

IMG-20260730-WA0038
Share

 ତିର୍ତ୍ତୋଲ,   ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ର ତୁଳଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୋରିଷ ପୋଖରୀ ଗ୍ରାମରେ ଗୋଚର ଜମିରେ ପୋଲ ନିର୍ମାଣକୁ ନେଇ ତୀବ୍ର ବିବାଦ ଦେଖାଦେଇଛି । ଶତାଧିକ ଗ୍ରାମବାସୀ ସେହି କାମକୁ ବିରୋଧ କରିବା ସହ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ (JE), ଉପଖଣ୍ଡ ଅଧିକାରୀ (SDO) ଏବଂ ଠିକାଦାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଘଟଣା ସ୍ଥଳରେ ଗ୍ରାମବାସୀ, ଠିକାଦାର ଓ କିଛି ସ୍ଥାନୀୟ ବ୍ୟକ୍ତିଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିବା ବେଳେ ଏହି କାମକୁ ନ କରିବାକୁ ବିଭାଗୀୟ ଅଧିକାରୀ ମାନେ ଠିକାଦାର ଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଠିକାଦାର ତିର୍ତ୍ତୋଲ ଥାନାର ଜଣେ କର୍ମଚାରିଙ୍କୁ ପଇସା ଦେଇ କାମକୁ ଜୋର୍ ଜବରଦସ୍ତୀ କରିବାକୁ ଉଦ୍ୟମ କରିଥିବା ଅଡିଓ ଏବେ ହାଟରେ ପଡ଼ି ଦlଣ୍ଡରେ ଗଡୁଛି । ଯେଉଁଠି ବିଭାଗୀୟ ଅଧିକାରୀ କାମ କରିବାକୁ ବାରଣ କରିଥିବା ବେଳେ କିଭଳି ଥାନା ବାବୁ କାମ କରିବାକୁ କହୁଛନ୍ତି…..? ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କେନାଲ ପ୍ଲଟ ନଂ – ୧୧୨ ଏବଂ ପୋଲ କରାଯାଉଛି ପ୍ଲଟ ନଂ – ୧୦୯, ( ଗୋଚର କିସମ ) ରେ । ଏବଂ ସେମାନଙ୍କ ଚାଷ ଜମିକୁ ଟ୍ରାକ୍ଟର ଓ ହଳ ଯିବା ପାଇଁ ଦୀର୍ଘ ଦିନ ଧରି ଅଧା ରେ ପଡ଼ି ରହିଥିବା ପୋଲ କାମ ଉଦେଶ୍ୟ ମୂଳକ ଭାବେ ସମ୍ପୂର୍ଣ୍ଣ କରା ଯାଉନାହିଁ । ଜାଣିଶୁଣି ଚାଷୀଙ୍କୁ ଅଣଦେଖା କରା ଯାଇଛି । ଏହା ପରିବର୍ତ୍ତେ ଗ୍ରାମର ଗୋଚର ଜମି, ଯେଉଁଠାରେ ବଣ ଜଙ୍ଗଲ ରହିଛି, ସେ ଯାଗାରେ କୌଣସି ବାସଗୃହ ନାହିଁ ଏବଂ ସାଧାରଣ ଲୋକଙ୍କର କୌଣସି ପ୍ରତ୍ୟକ୍ଷ ଉପକାର ନାହିଁ, ସେହି ସ୍ଥାନରେ ପୋଲ ନିର୍ମାଣ କରାଜିବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ନେଇ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରି ଓ ପୋଲିସ୍ ର ଫୋନ୍ କଲ୍ ରେକର୍ଡ ଓ ଉପଯୁକ୍ତ କlଜଗପତ୍ର ନେଇ ଜିଲ୍ଲାପାଳ ଓ ଏସ.ପି ଙ୍କ ଦ୍ୱାରସ୍ତ ହେବେ ବୋଲି ଜଣା ପଡ଼ିଛି । ଦେଖାଯାଉ ଏହି ଗୋଚର ଜମିରେ ହେଉଥିବା ପ୍ରକଳ୍ପ କାମ, ଓ ତିର୍ତ୍ତୋଲ ପୋଲିସ୍ ର ନାଲିଆଖି ଆଗକୁ କୋଉ ରୂପ ନେଉଛି……।( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

You may have missed