April 12, 2025

ଉତ୍କଳୀୟ ମାଲ ସମାଜ ଓଡ଼ିଶା ପକ୍ଷରୁ ବାର୍ଷିକ ମହାସଭା ଅନୁଷ୍ଠିତ କୁଳର ୧୭ଟି ସମସ୍ୟା ସମାଧନ..

Share

ଡ଼ା:-ତା-୩୦-୦୭-୨୦୨୪ ରିଖ ବାଲିପଦର ପେଟ୍ରୋଲ ପମ୍ପସ୍ଥିତ ଫରେଷ୍ଟ ପାର୍କ ସଭାଗ୍ରୁୂ୍ହ ଠାରେ ଉତ୍କଳୀୟ ମାଲ ସମାଜ ଓଡ଼ିଶା ପକ୍ଷରୁ ସଙ୍ଗଠନର କେନ୍ଦ୍ରୀୟ ସଭାପତି ଇଞ୍ଜିନିୟର ବିପ୍ର ଚରଣ ପାତ୍ରଙ୍କ ପୌରହିତ୍ଯରେ ବାର୍ଷିକ ମହାସଭା (ସାଧାରଣ ପରିଷଦ ବୈଠକ) ଅନୁଷ୍ଠିତ ହୋଇ କୁଳ ସମାଜର ୧୭ଟି ସାମାଜିକ ସମସ୍ୟାର ସମାଧାନ କରିବା ସହିତ ଦିଗପହଣ୍ଡି ଅଞ୍ଚଳର ସାତଟି ମଣ୍ଡଳକୁ ବାରମୁଠା ଘୁମୁସର ମଣ୍ଡଳରେ ସାମିଲ୍ କରିବାପାଇଁ ପ୍ରସ୍ତାବ ଆଗତ ହୋଇ ଯାଇଛି। ଉକ୍ତ ଏକଦିବସୀୟ ଅହୋରାତ୍ର କାର୍ଯ୍ୟକ୍ରମରେ ବାର ମଣ୍ଡଳର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ସମେତ କାର୍ଯ୍ୟକାରୀ ସଦସ୍ଯ ମାନେ ଉପସ୍ଥିତ ରହି ସମାଜର ବିଭିନ୍ନ ବିକାଶ ମୁଳକ କାର୍ଯ୍ୟର ଆଲୋଚନା କରିଥିଲେ। ଏହି ଅବସରରେ ବରିଷ୍ଠ କର୍ମକର୍ତ୍ତାଗଣ ସର୍ବଶ୍ରୀ ପ୍ରକାଶ ପାତ୍ର, ସୁଦର୍ଶନ ପାତ୍ର, ବିଜୟ କୁମାର ପାତ୍ର, ଡ. ବି. ପ୍ରକାଶ ଚନ୍ଦ୍ର ପାତ୍ର, ବିଜୟ ପାତ୍ର, ନିର ଞ୍ଜନ ପାତ୍ର, ଦେବରାଜ ପାତ୍ର, ପ୍ରକାଶ ଚନ୍ଦ୍ର ପାତ୍ର, କୈଳାଶ ଚନ୍ଦ୍ର ପାତ୍ର,ସନ୍ତୋଷ କୁମାର ପାତ୍ର, ସୁବାସ ପାତ୍ର, ବିନୋଦ ପାତ୍ର, ଏ. ରାଜା ରାଓ, ଡା. ପି. ଦିନବନ୍ଧୁ ପାତ୍ର, ନିଳ ପାତ୍ର, ରଘୁନାଥ ପାତ୍ର, ପ୍ରଭାତ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମାଜଗୃହ ନିର୍ମାଣ କରିବା ନିମନ୍ତେ ସମସ୍ତ ସଦସ୍ଯ ସହଯୋଗ କରିବା ପାଇଁ ମତ ପ୍ରକାଶ ପାଇଥିଲା। ଶେଷରେ ଆସିକା ମଣ୍ଡଳ ଉମାକାନ୍ତ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।

**********