March 10, 2026

ପଦାରେ ପଡ଼ି ନଷ୍ଟ ହେବାକୁ ବସିଲାଣି କିନ୍ତୁ କାମରେ ଆସୁନି ଆବର୍ଜନା ସାଇକେଲ।

IMG-20230730-WA0019
Share

ପଦାରେ ପଡ଼ି ନଷ୍ଟ ହେବାକୁ ବସିଲାଣି କିନ୍ତୁ କାମରେ ଆସୁନି ଆବର୍ଜନା ସାଇକେଲ।

ବୋଲଗଡ,୩୦/୦୭(ଉପାନ୍ତ ଓଡିଶା):ସୁସ୍ଥ ପରିବେଶ ସହିତ ନିରୋଗ ରହିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନରେ କୋଟି କୋଟି ଟଙ୍କା ବିନିଯୋଗ କରୁଅଛନ୍ତି।କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ମିଶନକୁ ଗୁରୁତ୍ଵ ଦେଉଥିବା ବେଳେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଅଛନ୍ତି।ଗ୍ରାମ ପଞ୍ଚାୟତର ମାନଙ୍କରେ ସ୍ୱଚ୍ଛ ଭାରତ ଅଭିଯାନରେ ବାର୍ଷିକ ଅର୍ଥ ମଞ୍ଜୁର, ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ପରିମଳ ପକ୍ଷରୁ ଅର୍ଥ ମଞ୍ଜୁର
ସମେତ ବିଭିନ୍ନ ଯୋଜନାରେ ଅର୍ଥ ପ୍ରଦାନ ଓ ଗ୍ରାମ ପଞ୍ଚାୟତ ମାନଙ୍କରେ କୋଟି କୋଟି ଟଙ୍କାରେ ଆବର୍ଜନା ସଫା ସାଇକେଲ
ପ୍ରଦାନ କରାଯାଇଛି।କିନ୍ତୁ ବୋଲଗଡ ବ୍ଲକ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।ଆବର୍ଜନା ସଫା ସାଇକେଲ ପଦାରେ ପଡ଼ି ଖରା , ବର୍ଷା ପାଣି ପଡ଼ି ଖତ ହେବା ସହିତ ଘାସ ଲଟି ମାଡି ବସିଲାଣି ।ବୋଲଗଡ ବ୍ଲକ ଅନ୍ତର୍ଗତ ସାନପଦର୍ ଗ୍ରାମ ପଞ୍ଚାୟତ ପରିସରରେ ଦେଖିବାକୁ ମିଳିଛି। ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା କେତେ ସଫଳ ରୂପାୟନ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଅଛି।ଯୋଜନାର ସଫଳ ରୂପାୟନରେ ବ୍ଲକ ବିଭାଗୀୟ ଅଧିକାରୀଙ୍କ ଭୂମିକା ଏବେ
ପଦାରେ ପଡ଼ିଛି।ଏଥି ପ୍ରତି ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଅଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)