March 10, 2026

ଗଞ୍ଜାମ ବ୍ଲକ ରେ ଭିନ୍ନକ୍ଷମଙ୍କୁ ଉପକରଣ ବାଣ୍ଟିଲେ ସାଂସଦ, ବିଧାୟକ

IMG-20230730-WA0012
Share

ଗଞ୍ଜାମ ବ୍ଲକ ରେ ଭିନ୍ନକ୍ଷମଙ୍କୁ ଉପକରଣ ବାଣ୍ଟିଲେ ସାଂସଦ, ବିଧାୟକ

=====================
ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ବୈଠକ କାର୍ଯ୍ୟାଳୟ ଠାରେ ଭାରତ ସରକାରଙ୍କ ସାମାଜିକ ସଶସ୍ତୀକରଣ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗ ଏବଂ ବ୍ଲକ ପ୍ରଶାସନର ସହାୟତାରେ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ଉପକରଣ ତଥା ଟ୍ରାଇ ସାଇକେଲ, ମୋବାଇଲ, ହୁଇଲଚେୟାର,ଶ୍ରବଣ ଯନ୍ତ୍ର ଏବଂ ଆଶାବାଡ଼ି ଆଦି ବଣ୍ଟନ କରିଥିଲେ l ଗଞ୍ଜାମ ବ୍ଲକ ରେ 46 ଜନ ହିତାଧିକାରୀ ମଧ୍ୟରୁ 32ପୁରୁଷ ଓ 14 ଜନ ମହିଳା ଚୟନ ହେଇଥିଲେ ସେଥିମଧ୍ୟରୁ ସମସ୍ତ ଉପକରଣ ଗୁଡିକ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟାକ୍ଷା ଅନ୍ତର୍ଯ୍ୟାମୀ, ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପlହନ, ମଲାଡ଼ ପଂଚାୟତ ସରପଞ୍ଚ ପ୍ରତିନିଧି ସୁଦାମ ଚରଣ ବେହେରା ସମସ୍ତଙ୍କ ଉପସ୍ଥିତ ରେ ଉପକରଣ ବଣ୍ଟଯାଇଥିଲା l ସାମାଜିକ ଆଧୁନିକତା ଶିବିର ଆନୁକୂଲ୍ୟରେ ଏହି ବ୍ଲକର ଅନେକ ମହିଳା ଓ ପୁରୁଷ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା l ଏହି ଉପକରଣ ପାଇ ଗଞ୍ଜାମ ଏନଏସି ରମ୍ଭା ଏନଏସି ଆଦି ଅଞ୍ଚଳର ଭିନ୍ନକ୍ଷମ ଭାଇ ଭଉଣୀ ମାନେ ଉପକୃତ ହୋଇ ପାରିବେ ବୋଲି ବିଧାୟକ ବେହେରା ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ ସୂଚନା ଦେବା ସହ ଅଧକ୍ଷା ଏହିଭଳି କାର୍ଯ୍ୟକ୍ରମ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ମାନ୍ୟବର ସାଂସଦ ଓ ବିଧାୟକ ଗରିବ, ଭିନ୍ନକ୍ଷମ ଙ୍କ ଦୁଃଖ ବୁଜିଥିବା ରୁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି l