April 26, 2026

ନୀଳଗିରି ବିଜେପିର ମହାମିଶ୍ରଣ ପର୍ବ

IMG-20250630-WA0024
Share

 

 

*👉୨ଜିଲ୍ଲାପରିଷଦ ସମେତ ଶହେରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ ବିଜେପିରେ ସାମିଲ*।

ନୀଳଗିରି ( ଦେବାଶିଷ ଦାଶ )

ନୀଳଗିରି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ନୁହେଁ କେବଳ ସିଲେକ୍ସନ ହେବ। ଏପରି ଦମ୍ଭୋକ୍ତି କରିଛନ୍ତି ବିଧାୟକ ସନ୍ତୋଷ କୁମାର ଖଟୁଆ। ରାଜନୈତିକ ଚକ୍ରବ୍ୟୁହରେ ବିଜେଡ଼ି ଗଡକୁ ଧୀରେ ଧୀରେ ଧରାଶାୟୀ କରିବାକୁ ଅଣ୍ଟା ଭିଡିଛନ୍ତି ଶ୍ରୀ ଖଟୁଆ। କିଛିଦିନ ପୂର୍ବରୁ ଦୁଇଜଣ ସରପଞ୍ଚ ଏବଂ କର୍ମୀଙ୍କୁ ଦଳରେ ସାମିଲ କରିଥିବା ବେଳେ, ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ସମୟରେ ନୀଳଗିରି ଏନଏସି କଲ୍ୟାଣମଣ୍ଡପ ପରିସରରେ, ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡା, ସଂସ୍କୃତି, ଓଡ଼ିଆ ଭାଷାସାହିତ୍ୟ ଓ ଯୁବ ବ୍ୟାପାରମନ୍ତ୍ରୀ ମାନ୍ୟବର ସୁରଜ ସୂର୍ଯ୍ୟବଂଶୀଙ୍କ ଉପସ୍ଥିତିରେ ବିଜେଡିର ଟାଣୁଆନେତା କୁହାଯାଉଥିବା ତଥା ୧୩ନଂ ଜିଲ୍ଲାପରିଷଦ ସଦସ୍ୟ ଗତୀକୃଷ୍ଣ ନନ୍ଦ ଏବଂ ୧୧ନଂ ଜିଲ୍ଲାପରିଷଦ ସଭ୍ୟା ସୁବର୍ଣ୍ଣା ମଞ୍ଜରୀ ସିଂ ବିଜେପିରେ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ମନକିବାତ୍ କାର୍ଯ୍ୟକ୍ରମକୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଶୁଣିବା ପରେ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଉପରୋକ୍ତ ଦୁଇ ଲୋକପ୍ରତିନିଧିଙ୍କ ପରେ ବହୁସଂଖ୍ୟାରେ ନିର୍ବାଚନ ମଣ୍ଡଳୀର ଅଧିକାଂଶ ପଞ୍ଚାୟତରୁ ବିଜେଡ଼ି ଛାଡି ବିଜେପିରେ ସାମିଲ ହେବାକୁ ଆସିଥିବା ତୁଙ୍ଗନେତା ଓ କର୍ମୀଙ୍କୁ ଦଳୀୟ ଉତ୍ତରୀୟ, ଟୋପି ଏବଂ ପୁଷ୍ପଗୁଚ୍ଛ ଦେଇ ଦଳରେ ସାମିଲ କରାଯାଇଥିଲା। ନୂଆକରି ଦଳରେ ସାମିଲ ହୋଇଥିବା ସମସ୍ତଙ୍କୁ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ସ୍ବାଗତ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ବପ୍ନକୁ ସାକାର କରିବା ସହିତ ମାନ୍ୟବର ବିଧାୟକଙ୍କ ନେତୃତ୍ୱରେ ନୀଳଗିରିକୁ ଏକ ବିକଶିତ, ସର୍ବାଙ୍ଗସୁନ୍ଦର ନୀଳଗିରି କରିବାକୁ ଆହ୍ବାନ ଦେଇଥିଲେ। କ୍ରୀଡାର ବିକାଶପାଇଁ ନିର୍ବାଚନ ମଣ୍ଡଳୀକୁ ୫୦କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆଗାମୀ ୨ ବର୍ଷ ମଧ୍ୟରେ ନୀଳଗିରି କୁ ଦିଆଯିବ ବୋଲି ସୂଚନା ଦେବାସହ କ୍ରୀଡାପ୍ରତିଭା ମାନଙ୍କୁ ଏହାର ଭରପୁର ସୁଯୋଗ ନେବାକୁ, କର୍ମୀମାନଙ୍କର ସହଯୋଗ ରହିବା ଆବଶ୍ୟକ ବୋଲି ଉଦବୋଧନ ଦେଇଥିଲେ। ତେବେ ସାଂସଦଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ, ଭାରତର ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା, ଦୃଢ଼ନେତୃତ୍ୱ ସହିତ ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କ ନେତୃତ୍ୱରେ ସାମିଲହୋଇ ସାଧାରଣଲୋକଙ୍କ ସମସ୍ୟା ଏବଂ ବିକଶିତ ଓଡ଼ିଶାଗଠନ ଲକ୍ଷ୍ୟରେ ବିଜେପିରେ ନୂଆକରି ସାମିଲ ହୋଇଥିବା ନେତା ଓ କର୍ମୀ ମତ ରଖି ଥିଲେ।ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆ, ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ଜିଲ୍ଲା ବିଜେପି ଉପସଭାପତି କରୁଣାକର ପଣ୍ଡା, ଏନଏସି ଭାରାପ୍ରାପ୍ତ ଅଧ୍ୟକ୍ଷ ମହେନ୍ଦ୍ରନାଥ ବେହେରା, ବ୍ଲକ ଉପସଭାପତି ଜ୍ୟୋତିର୍ମୟ ପୁଥାଳ, ୨ନଂ ଜିଲ୍ଲାପରିଷଦ ସଦସ୍ୟା ଉଷାରାଣୀ ରାଉଳ, ୧୨ନଂ ଜିଲ୍ଲାପରିଷଦ ସଦସ୍ୟା ରଞ୍ଜିତା ସିଂ,ବାହାନଗା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ମିଶ୍ର,ଯୁବନେତା ଚନ୍ଦ୍ରଶେଖର ନନ୍ଦ, ଶିଶିର ରାଉତ, ସମରଶଙ୍କର କାନୁନଗୋ ମଞ୍ଚାସିନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ,ପ୍ରଫୁଲ୍ଲ ସାମନ୍ତରାୟ,ମନୋଜ ପାଣ୍ଡିଆ,ମଧୁସୂଦନ ବାରିକ,ରବି ନାୟକ

ପ୍ରମୁଖ କାର୍ଯ୍ଯ କ୍ରମ ରେ

ସହଯୋଗ କରିବା ଦେଖାଯାଇଛି। ମିଶ୍ରଣ ପର୍ବ

ଶେଷରେ,ବିଜେପି ର ବରିଷ୍ଠ ନେତା ଶିଶିର ରାଉତ, ସାମ୍ୱାଦିକ ମାନଙ୍କୁ

କହିଥିଲେ,ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ,୨ ଦିନ ପୂର୍ବେ

ଏକ ସମ୍ବାଦଦାତା ସମ୍ମିଳନୀରେ ଆମର ଗଙ୍ଗାଜଳ ଭଳି ପବିତ୍ର ବିଧାୟକ ସନ୍ତୋଷ କୁମାର ଖଟୁଆ ଙ୍କ ନାମ ରେ ଯେଉଁ

ଭ୍ରମାତ୍ମକ, କପୋଳକଳ୍ପିତ

ମିଥ୍ୟା ଅଭିଯୋଗ କରିଥିଲେ ତାହାର ସତ୍ୟାସତ୍ୟ ବନ ବିଭାଗ ବିବୃତି ରୁ ସ୍ପଷ୍ଟ ହୋଇ ଯାଇଛି।ଯଦି ଏହା ପରେ

ସେ ଏଭଳି ଭିତ୍ତିହୀନ ସମ୍ବାଦ,ସମ୍ବାଦଦାତା ସମ୍ମିଳନୀରେ ପ୍ରକାଶ କରନ୍ତି,ତା ହେଲେ, ବିଜେପି ଦଳ ପକ୍ଷରୁ

ତୀବ୍ର ବିରୋଧ କରାଯିବା ସହିତ ବହୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଏତଦ୍ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ବିଜେପି ର ସହସ୍ରାଧିକ କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ।