କଲେଜ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

କଲେଜ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ବୁଗୁଡା : ତା ୩୦/୦୬/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ପ୍ରାଣୀ ବିଜ୍ଞାନ ବିଭାଗୀୟ ଅବସରପ୍ରାପ୍ତ ୪ର୍ଥ ଶ୍ରେଣୀ କର୍ମଚାରୀ ବିପିନ ବିହାରୀ ଗୌଡଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର କର୍ମଚାରୀ ସଂଘ ପକ୍ଷରୁ ସମ୍ମିଳନୀ କକ୍ଷରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅଧ୍ଯକ୍ଷ ହରିକୃଷ୍ଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ କର୍ମଚାରୀ ସଂଘ ସମ୍ପାଦକ ଅଧ୍ଯାପକ ହିମାଂଶୁ ଶେଖର ରଥ ଓ ସହ-ସମ୍ପାଦକ ଅଧ୍ଯାପକ ଅଜୟ କୁମାର ସାହୁ ମଞ୍ଚାସୀନ ରହିଥିଲେ । କଲେଜର ସମସ୍ତ କର୍ମଚାରୀ ଅବସରପ୍ରାପ୍ତ ବିପିନଙ୍କ ଉତ୍ସର୍ଗୀକୃତ ସେବାର ସ୍ମୃତି ଚାରଣ ସହ ତାଙ୍କର ସୁଗୁଣ ସମ୍ପର୍କେ ଆଲୋକପାତ କରିଥିଲେ । ଏ ଅବସରରେ ତାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ସହ ସୁଖମୟ ଦୀର୍ଘାୟୁ କାମନା କରାଯାଇଥିଲା ।