June 1, 2025
Share

 

ଖୋର୍ଦ୍ଧା, : -(ପ୍ରିୟଙ୍କା ମହାପାତ୍ର ) ମହାବିଦ୍ୟାଳୟ ଇତିହାସ ବିଭାଗ ତରଫରୁ ବିଭାଗୀୟ ମୁଖ୍ୟା ଶ୍ରୀମତୀ କବିତା କୁମାରୀ ସ୍ୱାଇଁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟ ର ପ୍ରାକ୍ତନ କୂଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟା ଶ୍ରୀମତୀ ଗୀତା ରାଣୀ ପାଢ଼ୀ,ମୁଖ୍ୟବକ୍ତା ଭାବେ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ କାଇପଦର ର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ରାୟସିଂହ ଯୋଗ ଦେଇ ଅନନ୍ୟା କବିତା ଗ୍ରନ୍ଥ ଟିକୁ ଉନ୍ମୋଚିତ କରିଥିଲେ ଏବଂ କବିତା ମ୍ୟାଡ଼ାମଙ୍କର କୃତି ଓ କୀର୍ତି ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଆଲୋଚନାରେ ଭlଗନେଇଥିଲେ ଇତିହାସ ବିଭଗ ଅଧ୍ୟାପକ ରମାକାନ୍ତ ପ୍ରଧାନ, ଅଧ୍ୟାପିକା ସୁଶ୍ରୀ କଳ୍ପନା ରଣା, ଓଡ଼ିଆ ବିଭାଗର ଅଧ୍ୟାପିକା ଶ୍ରୀମତୀ ସାନ୍ତ୍ୱନା ବେହେରା, କଳା ବିଭାଗର ମୁଖ୍ୟା ମନ୍ଦାକିନୀ ତ୍ରିପାଠୀ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ଭଦ୍ରକ ର ଇତିହାସ ବିଭୀଗର କଲ୍ୟାଣ କୁମାର ରାଉତ ପ୍ରମୁଖ ଯୋଗଦେଇଥିଲେ l ସଭା ପରିଚାଳନା କରିଥିଲେ ଓଡ଼ିଆ ବିଭାଗର ଅଧ୍ୟାପକ ଡ. ପ୍ରବୀଣ କୁମାର ମିଶ୍ର l ସଭାରେ ପୁରାତନ ଛାତ୍ରୀ ବୃନ୍ଦ ଓ ବର୍ତ୍ତମାନ +3 ଇତିହାସ ବିଭାଗର ଛାତ୍ରୀବୃନ୍ଦ ଯୋଗଦେଇ ମ୍ୟାଡ଼ାମଙ୍କର ଗୁଣ ଗାରିମା ବର୍ଣନା କରିଥିଲେ l ତାଙ୍କର ଉତ୍ତର ଜୀବନ ସାଇଙ୍କ କୃପାରୁ ଭଲରେ ବିତୁ ବୋଲି କାମନା କରିଥିଲେ l ପରିଶେଷରେ ଅଧ୍ୟାପିକା କଳ୍ପନା ରଣା ଧନ୍ୟବାଦ ଅର୍ପଣ କରିଥିଲେ l

You may have missed