March 8, 2026

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ନିଲମ୍ବିତ ହେଲେ ଲ୍ୟାମ୍ପ ପରିଚାଳନା ନିର୍ଦେଶକ ନିରାକାର ରାଉତ………….

IMG-20250530-WA0020
Share

 

ନବରଙ୍ଗପୁର:- (ଏମ୍.ଦିନା°ଶୁ ଆଚାରୀ) ମଣ୍ଡିରେ ଧାନ ଦେଇ ଚାଷୀ ଟଙ୍କା ନ ପାଇବା ଘଟଣା ରେ ରାଇଘର ଲ୍ୟାମ୍ପ ପରିଚାଳନା ନିର୍ଦେଶକ ଙ୍କୁ କାର୍ଯ୍ୟ ରୁ ନିଲମ୍ବିତ କରାଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ରାଇଘର ଲ୍ୟାମ୍ପ ଅଧୀନରେ ଚଳିତ ବର୍ଷ ଖରିଫ ଋତୁରେ ଧାନ ମଣ୍ଡିରେ ଧାନ କିଣା ବେଳେ ଅନିୟମିତତା ଅଭିଯୋଗ ପରେ ନବରଙ୍ଗପୁର ସମବାୟ ସମିତି ସମୂହ ସହକାରୀ ନିବନ୍ଧକ ନିର୍ଦେଶ କ୍ରମେ ଏମ.ଡି. ନିରାକାର ରାଉତ ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ୩୪୪ ଜଣ ଚାଷୀଙ୍କ ଟିପି କାଟି ନ ଥିବା ହେତୁ ୪ କୋଟି ୪୧ଲକ୍ଷ ୭୮ ହଜାର ୧ ଶହ ଟଙ୍କା ଧାନ ଦେଇ ଦୀର୍ଘ ମାସ ବିତି ଯିବା ପରେ ମଧ୍ୟ ଚାଷୀ ଟଙ୍କା ପାଇ ନ ଥିଲେ। ବାରମ୍ବାର ଲ୍ୟାମ୍ପା ସମୁଖରେ ଚାଷୀ ଧାରଣା ଦେଉଥିବା କୁ ସମବାୟ ସମିତି ପକ୍ଷରୁ ଗୁରୁତ୍ୱ ଦେଇ ତଦନ୍ତ ପରେ ରାଇଘର ଲ୍ୟାମ୍ପ ପରିଚାଳନା ନିର୍ଦେଶକ ଙ୍କୁ ନିଲମ୍ବିତ କରାଯାଇଛି।