ମା’ ସିନ୍ଦୁର ମୁଣ୍ଡି ପୀଠର ଉନ୍ନତି କରଣ ଦାବୀ ..

ବୋଲଗଡ,୩୦/୦୫(ଉପାନ୍ତ ଖବର): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କଡ଼ବ ପଞ୍ଚାୟତର ଗୋଡିପାଟଣା ମୌଜା ସ୍ଥିତ ବହୁ ପୁରାତନ ପ୍ରସିଦ୍ଧ ମା’ ସିନ୍ଦୂର ମୁଣ୍ଡିଙ୍କ ପୀଠ ଯାହାକି ସର୍ବେଇପାହାଡ ପାଦ ଦେଶରେ ଅବସ୍ଥିତ। ଘଞ୍ଚ ପ୍ରାକୃତିକ ବନାନୀ ମଧ୍ୟରେ ପ୍ରତକ୍ଷଠାକୁରାଣୀ ମା’ସିନ୍ଦୂରମୁଣ୍ଡୀ ଙ୍କ ପୀଠ,ପ୍ରକୃତିର ଅନୁପମ ରୂପରେ ପରିବେଶଟି ଚିତ୍ରିତ। ପାହାଡ଼ଟି ବଉଦକୁ ଛୁଇଁବା ଛୁଇଁବା ସହ ପକ୍ଷୀଙ୍କର କାକଳିରେ ସତେ ଯେପରି ସ୍ୱର୍ଗପୁରୀ ମନେହୁଏ। କାହିଁ କେଉଁ କାଳରୁ ମା’ ସିନ୍ଦୁର ମୁଣ୍ଡି ଖୋଲା ଆକାଶତଳେ ଶିଆଳି ଲଟା ମୂଳରେ ମା’ବିରାଜିତା। ଏପରିକି ମହିମାମୟୀ ଶକ୍ତି ପୀଠ ଭାବରେ ଏହି ଅଞ୍ଚଳ ତଥା ଅଞ୍ଚଳ ବାହାରେ ବେଶ୍ ବିଖ୍ୟାତ। ଏହି ପୀଠକୁ ପ୍ରତେହ ବହୁ ଶ୍ରଦ୍ଧାଳୁ ପର୍ଯ୍ୟଟକ ବେଶ୍ ଆକୃଷ୍ଟ ହୋଇଆସୁଛନ୍ତି ମା’ଙ୍କୁ ଦର୍ଶନ କରିବା ସହିତ ପିକନିକର ମଧ୍ୟ ମଜା ଉଠାଇଥାନ୍ତି। ଯାହାକି ପିକିନିକି ର ମୁଖ୍ୟ ସ୍ଥଳୀ ପାଲଟିଛି।
ଏହି ପୀଠଟି ଜାତୀୟ ରାଜପଥ ୫୭ ପିଚୁକୁଳିଠାରୁ ୨୫ କିମି ଅଟେ କିମ୍ବା ଟିକାତଳ ଠାରୁ ଦଶ କିମି ଅଟେ। ଯାହାଫଳରେ ଏଠାକୁ ସାରା ବର୍ଷ ବହୁ ପର୍ଯ୍ୟଟକ ମା’ଙ୍କର ଦର୍ଶନ କରିବା ସହିତ ପିକିନିକି କରିବାପାଇଁ ଆସିଥାନ୍ତି।
ମାଙ୍କ ଆସ୍ଥାନ ଓ ମନ୍ଦିର ଉଚ୍ଚକୁଟିର ନିର୍ମାଣ ପାଇଁ ଅର୍ଥ ଅନୁଦାନ ମଞ୍ଜୁର।,ପର୍ଯ୍ୟଟକଙ୍କ ଗମନା ଗମନ ପାଇଁ ରାସ୍ତା ନିର୍ମାଣ ସହ ସୌନ୍ଦର୍ଯ୍ୟ କରଣ ଓ ଆଲୋକି କରଣ , ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ରାସ୍ତା କଡ଼ରେ ବିଭାଜନ ହେଉଥିବା ମୁଖ୍ୟ ପ୍ରବେଶ ଦ୍ଵାରରେ ସୌନ୍ଦର୍ଯ୍ୟ କରଣ ଓ ପୀଠର ନାମକରଣ ଗେଟ୍ ନିର୍ମାଣ,ମାଙ୍କ ପୀଠ ନିକଟରେ ବହୁ ପର୍ଯ୍ୟଟକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା,
ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଶୌଚାଳୟ ସହ ରହଣି ପାଇଁ ବିଳାସପୂର୍ଣ୍ଣ କଟ୍ରେଜ ଜରୁରୀ। , ମାଙ୍କ ପୀଠରେ ବହୁ ସଂଖ୍ୟାରେ ବିବାହ,ବ୍ରତପୟନ,ମେଳା ମହୋତ୍ସବ ପାଇଁ କଲ୍ୟାଣ ମଣ୍ଡପ ସହ ପିକିନିକର ସୁବିଧା ପାଇଁ ଅର୍ଥ ମଞ୍ଜୁର, ପର୍ଯ୍ୟଟକଙ୍କ ଆକୃଷ୍ଟ କରିବା ପାଇଁ ପାର୍କ,ଚିଲଡ୍ରେନ ପାର୍କ ଓ ୱାଟର ପାର୍କ ର ମଞ୍ଜୁର,ପ୍ରାକୃତିକ ଭରା ପାହାଡ଼ ପର୍ବତ ରେ କୃତିମ ଝରଣା ସହ ସୌନ୍ଦର୍ଯ୍ୟ କରଣ।,ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ମନ୍ଦିର ପରିସରରେ ମାର୍କେଟ କମ୍ପ୍ଲେକ୍ସ,ମନ୍ଦିର ପରିସର ରାସ୍ତା , ଆଲୋକିକରଣ , ପାନୀୟଜଳ ବ୍ୟବସ୍ଥା,ଜଳ ନିଷ୍କାସନ ସହିତ ମୌଳିକ ସୁବିଧା ର ବ୍ୟବସ୍ଥାକରଣ ର ଅନୁଦାନ ଆବଶ୍ୟକତା ରହିଛି। ତେବେ ଏହି ସ୍ଥାନ ଟି ଓଡ଼ିଶାର ଅନ୍ୟ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ହୋଇ ପାରନ୍ତା। ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରନ୍ତା। ତେବେ ଜିଲ୍ଲା ହେଉ ଅବା ବ୍ଳକ ଏବେବି ବହୁତ ଶକ୍ତି ପୀଠ ରହିଛି ଯାହା ଲୋକ ଲୋଚନକୁ ଆସି ପାରୁନାହିଁ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।