April 24, 2026

ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ବ୍ଲକ ର ବଡ଼ କୁମାରୀ ଗ୍ରାମ ପଞ୍ଚାୟତର ଜାନିଗୁଡ଼ା – ଜାଡ଼ବନ୍ଦ ରାସ୍ତାରେ ଅ।ଣ୍ଠୁଏ କାଦ, ୫ଖଣ୍ଡ ଗ୍ରାମବାସୀ ଯାତାୟାତ ରେ ହନ୍ତସନ୍ତ…………

IMG-20250530-WA0016
Share

 

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ପଚ ପଚ ଆଣ୍ଠୁଏ କାଦରେ ଯାତାୟାତ କରି ହନ୍ତସନ୍ତ ହେଉଛନ୍ତି ୫ଖଣ୍ଡ ଗ୍ରାମବାସୀ। ଉମରକୋଟ ବ୍ଲକ ପ୍ରଶାସନ ଜାଣି ଶୁଣି ମଧ୍ୟ କୌଣସି ପଦକ୍ଷେପ ନ ନେଉ ଥିବାରୁ ଲୋକ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ବ୍ଲକ ର ବଡ଼ କୁମାରୀ ଗ୍ରାମ ପଞ୍ଚାୟତର ଜାନିଗୁଡ଼ା ଠାରୁ ଜାଡବନ୍ଧ ଗ୍ରାମ ର ରାସ୍ତା ଦୀର୍ଘ ଦିନ ଧରି ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ଦାବୀ କରି ଆସୁଥିଲେ ହେଁ ବ୍ଲକ ପ୍ରଶାସନ ର ତତ୍ପରତା ଦେଖାଉ ନ ଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି। ଏପରି କି ଏହି ରାସ୍ତା ପାଇଁ ଟଙ୍କା ଅନୁମୋଦନ ହେଇ ଥିଲେ ହେଁ ଠିକlଦାର କାର୍ଯ୍ୟ ଆରମ୍ଭ କରୁ ନ ଥିବା ଜଣାପଡ଼ିଛି। ସାମାନ୍ୟ ବର୍ଷା ହେବା ମାତ୍ରେ ଆଣ୍ଠୁଏ କାଦ ହେଇଯାଉଚି। ବର୍ତ୍ତମାନ ଉମରକୋଟ ଅଂଚଳ ରେ ମାସେ ହେଲାଣି ପ୍ରତି ଦିନ ବର୍ଷା ହେଉଛି ଆଉ ଅଳ୍ପ ଦିନ ଭିତରେ ମୌସୁମୀ ବର୍ଷା ଆରମ୍ଭ ହେବ। ଫଳରେ

ଜଡାବନ୍ଦ, ଭାଲୁସାହି, ଭାଲିଆବେଡ଼ା,ଗାଇଜଡ଼ି,

ଗଟିମାଲ, ବାଇଜଡ଼ି ଓ କାତରୁ ସାହି ଗ୍ରାମର ପ୍ରାୟ ୨ହଜାର ଲୋକ ଉମରକୋଟ ଆସିବା ପାଇଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏହି ୫ ଖଣ୍ଡ ଗ୍ରାମ ର ଉଚ୍ଚ ଶିକ୍ଷା, ବଜାର, ବ୍ୟାଙ୍କ ଓ ହସ୍ପିଟାଲ ପାଇଁ ଉମରକୋଟ କୁ ଏହି ରାସ୍ତାରେ ହିଁ ଆସିବାକୁ ପଡେ। ଏପରିକି ଗର୍ଭବତୀ ମହିଳା ଓ ରୋଗୀ ମାନଙ୍କୁ ହସ୍ପିଟାଲ କୁ ଆଣିବା ପାଇଁ ଅଟ କିମ୍ବା ଆମ୍ବୁଲାନ୍ସ ଏହି ଗ୍ରାମକୁ ପହଂଚି ପାରୁନାହିଁ। ଫଳରେ ରୋଗୀ ମାନେ ବହୁତ ହଇରାଣ ର ସମ୍ମୁଖୀନ ହେଉଛନ୍ତି। ବର୍ଷା ଆସିବା ପୂର୍ବରୁ ଯଦି ଉମରକୋଟ ବ୍ଲକ ପ୍ରଶାସନ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପନ୍ନ ନ କରନ୍ତି ତେବେ ଏହି ୫ଖଣ୍ଡ ଗ୍ରାମର ଲୋକେ ଘରୁ ବାହାରିବା କଷ୍ଟ ହେଇ ପଡିବ ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଉମରକୋଟ ବିଡିଓ ଏଥି ପ୍ରତି ଦୃଷ୍ଟି ଦେବାପାଇଁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି। ନୂତନ ଭାବେ ଯୋଗଦାନ କରିଥିବା ଉମରକୋଟ ଗୋଷ୍ଠି ଉନ୍ନୟନ ଅଧିକାରୀ ମନୋଜ କୁମାର ମେହେର ନିଜ ପ୍ରତିକ୍ରିୟାରେ କହିଛନ୍ତି ନିଶ୍ଚୟ ଭାବେ ଗ୍ରାମବାସୀ ଯେମିତି ଅସୁବିଧା ର ସମ୍ମୁଖୀନ ନ ହୁଅନ୍ତି ନିଶ୍ଚିତ ଭାବରେ ସ୍ଥାୟୀ ସମାଧାନ କରାଯିବ ବୋଲି କହିଛନ୍ତି।