ବାଲି ସୌରାତ ଉପରେ ବାଲେଶ୍ବର ଉପଜିଲ୍ଲାପାଳଙ୍କ ଚଢ଼ାଉ

ଜଳେଶ୍ଵର ( ଦେବାଶିଷ ଦାଶ )
ସୁବର୍ଣ୍ଣରେଖା ନଦୀର ବସ୍ତା ବ୍ଲକ ଅର୍ନ୍ତଗତ ଧିତିପୁରା ସରକାରୀ ବାଲି ସୌରାତ ରାତ ଉପରେ ବାଲେଶ୍ବର ଉପଜିଲ୍ଲାପାଳ ଙ୍କ ଚଢ଼ାଉ,୫ ଟି ବାଲି ବୋଝେଇ ହାଇଓ୍ବା ଏବଂ ଗୋଟିଏ ଖାଲି ହାଇଓ୍ବା ଅଟକ ରଖି ତଦନ୍ତ କରିବା ସହିତ ୬ ଜଣକୁ ଅଟକ ରଖି ପଚରାଉଚରା
କରୁଛନ୍ତି । ବିନା ସିଇଓ ରେ ବାଲି ଚାଲାଣ ନେଇ ହୋଇଥିଲା ଅଭିଯୋଗ । ସୁଚନା ଅନୁଯାୟୀ ସୁବର୍ଣ୍ଣରେଖା ନଦୀରେ ରହିଥିବା ଅନେକ ସରକାରୀ ବାଲି ସୌରାତ ରେ ବିନା ସିଇଓ ରେ ବାଲି ପରିବହନ ହେଉଥିବା ଅଭିଯୋଗ ହୋଇ ଆସୁଛି । ବାଲେଶ୍ବର ଉପଜିଲ୍ଲାପାଳ ଦିନ ଗୋଟିଏ ବେଳେ ଅଚାନକ ଧିତିପୁରା ସରକାରୀ ବାଲି ସୌରାତ ଉପରେ ଚଢ଼ାଉ
କରିଥିଲେ । ପରିବହନ କରିବା ପାଇଁ ବାଲି ବୋଝେଇ ହୋଇଥିବା ୫ ଟି ହାଇଓ୍ବା ଏବଂ ବାଲି ବୋଝେଇ ପାଇଁ ଅପେକ୍ଷା ରେ ଥିବା ଗୋଟିଏ ହାଇଓ୍ବା କୁ ଅଟକ ରଖି କାଗଜପତ୍ର ଯାଞ୍ଚ କରୁଛନ୍ତି ।ଯଦି ସଠିକ ସିଇଓ ନଥିବ ତାହାହେଲେ ଜବତ କରାଯିବ ବୋଲି ସୁଚନା
ଦେଇଛନ୍ତି । ଏହା ସହିତ ୬ ଜଣକୁ ଅଟକ ରଖି ପଚରାଉଚରା
କରୁଛନ୍ତି । ଏହି ଚଢ଼ାଉ ସମୟରେ ଉପଜିଲ୍ଲାପାଳ ଙ୍କ ସହିତ ଜଳେଶ୍ଵର ର ଦୁଇଜଣ ଜୁନିୟର ଖଣି ଅଧିକାରୀ ଜିତେନ୍ଦ୍ର ଦାସ ଓ ସତ୍ୟ ଚିନ୍ମୟ ଜେନା ଉପସ୍ଥିତ ରହିଥିଲେ।