May 31, 2025

ଅଜଣା ବାଇକ ଧକ୍କାରେ ୨ ଜଣ ସାଇକେଲ ଆରୋହୀ ଗୁରୁତର 

Share

 

 

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ଫାଣ୍ଡି ଅଧିନସ୍ଥ ମାଛଗଡ଼ଗଡ଼ ପଞ୍ଚାୟତ କାଳିଆ ଦୁମା ନିକଟରେ ଗୁରୁବାର ଅପରାହ୍ନ ସମୟରେ ବାଇକ ଏବଂ ସାଇକେଲ ଦୁର୍ଘଟଣା ଘଟିଛି l

 

ସୂଚନା ଅନୁସାରେ ସାଇକେଲ ଯୋଗେ କୁଦରସାହି ର ରସିକ ହେମ୍ବ୍ରମ ଏବଂ ମହେଶ୍ୱର ସିଧୁ କୌଣସି କାମରେ ହାଣ୍ଡିଆସିଲି ଗ୍ରାମକୁ ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣା ଘଟିଥିଲା l ଫଳରେ ସାଇକେଲ ଆରୋହୀ ଦୁହେଁ ଗୁରୁତର ହୋଇ ପଡ଼ିଥିଲେ, ପଥଚାରି ମାନେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ମେଡିକାଲ କୁ ପଠାଇ ଥିବା ସୂଚନା ମିଳିଛି l ସେପଟେ ଦୁର୍ଘଟଣା ସ୍ଥଳରୁ ବାଇକ ଆରୋହୀ ଚମ୍ପଟ ମାରିଥିବା ବେଳେ ସାଇକେଲ ଟିର ଆଗ ଚକ ର ରିଂଗ ଏବଂ ଟାୟାର ଅଲଗା ହୋଇଯାଇଛି l

You may have missed