September 29, 2024

କଳ୍ପା ପ୍ରାଥମିକ ବିଦ୍ୟାଳୟରେ ଗ୍ରୀଷ୍ମ କାଳିନ ଶିବିର ଉଦଯାପିତ

Share

ସମ୍ବଲପୁର(ନୂଆବରଙ୍ଗାମାଲ):ଯୁଯୋମୁରା ବ୍ଲକ୍ ନୂଆବରଙ୍ଗାମାଲ ପଞ୍ଚାୟତର କଳ୍ପା ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଗ୍ରୀଷ୍ମକାଳିନ ଶିବିର ଆଜି ଉଦଯାପିତ ହୋଇଯାଇଛି। ସ୍ୱେଚ୍ଛାସବୀ ସଂଗଠନ ପତଙ୍ଗ ଏଥିରେ ସହଯୋଗର ହାତ ବଢାଇଥିଲେ।

ଏଥିରେ କଳ୍ପାର ସମସ୍ତ ଶିଶୁମାନେ ତାଙ୍କ ଅଭିଭାବକଙ୍କ ସହିତ ଯୋଗଦେଇ ଥିଲେ । ପତଙ୍ଗ ପକ୍ଷରୁ ଭୂମି ସୂତା ଭୋଇ ,ଉଷା ହର , ରତନ ମାଚୋ , ଗୋଳିନା ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କଳ୍ପା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଡ଼ଃ ପ୍ରଦୀପ କୁମାର ପଣ୍ଡା ଗ୍ରୀଷ୍ମ କାଳିନ ଶିବିରର ସୁଫଳ ଉପରେ ବିସ୍ତ୍ରୁତ ଭାବରେ ଆଲୋତନା କରି ଏହା ଶିଶୁମାନଙ୍କୁ ଆତ୍ମନିର୍ଭରଶୀଳତା ଓ ସୃଜନଶୀଳତାର ଧିଶକ୍ତିକୁ ପରିପ୍ରକାଶ କରିଥାଏ ବୋଲି ସମସ୍ତଙ୍କ ମଧ୍ୟରେ ଧାରଣା ସୃଷ୍ଟି କରିବାକୁ ପ୍ରୟାସ କରିଥିଲେ।କୌଣସୀ ଏକ ଅବସର ସମୟ ଗୋଟିଏ ସୁନ୍ଦର ସୁଯୋଗ ବୋଲି ସେ କହିଥିଲେ । ଏହି ଅବସରରେ ଶିଶୁମାନେ କାଗଜ ଉପରେ ରଙ୍ଗ ଓ ତୂଳୀ ସାହାଯ୍ୟରେ ନିଜ ନିଜର କଳାକୃତି ପ୍ରଦର୍ଶନ କରିଥିଲେ । ମାଟିରେ ବିଭିନ୍ନ ପ୍ରକାରର ଆକୃତି , ଉପକରଣ ଆଦି ତିଆରି କରିଥିଲେ । ମୁକ୍ତ ଆକାଶର ବିହଙ୍ଗ ପରି ସ୍ବତଃ ପ୍ରବୃତ୍ତ ହୋଇ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବା ସହିତ ଏହି ଶିବିରରେ ଆନନ୍ଦ ଉଲ୍ଲାସ ସହିତ ସମସ୍ତ ଶିଶୁ କଟାଇଥିଲେ । ପିଲାମାନେ ନିଜ ନିଜ ମନରୁ ବିଭିନ୍ନ ଗଳ୍ପ କହିଥିଲେ । ମନୋରଞ୍ଜନ କାର୍ଯ୍ୟକ୍ରମରେ ଶିଶୁମାନେ ପରିବେଷଣ କରିଥିବା ବିଭିନ୍ନ ନୃତ୍ୟ ଗୀତ ସମସ୍ତଙ୍କ ମନକୁ ଛୁଇଁଥିଲା । ଉପସ୍ଥିତ ଅଭିଭାବକ କରତାଳି ଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଘରେ ନିଜେ ତଥା ମାଆଙ୍କ ଦ୍ବାରା କିପରି ସୁସ୍ବାସ୍ଥ୍ୟ ଉପଯୋଗୀ ଖାଦ୍ୟ ତିଆରି କରି ଖାଦ୍ୟର ମଜା ନିଆଯାଇ ପାରେ ତା ଉପରେ ପତଙ୍ଗର ଭୂମିସୂତା ବୁଝାଇବା ସହିତ ଖାଦ୍ୟ ତିଆରି କରି ସମସ୍ତଙ୍କୁ ବାଣ୍ଟିଥିଲେ । ଏହାପରେ ସେ ବାହାର ଫାଷ୍ଟ ଫୁଟ , କୁରକୁରି , ଚିଫ୍ , ବଜାରକୁ ଆସୁଥିବା ବିଭିନ୍ନ ଥଣ୍ଡା ପାନୀୟ ବ୍ୟବହାର ନ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ। କଳ୍ପାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ଗ୍ରୀଷ୍ମ କାଳିନ ଶବିରକୁ ନେଇ ଉଭୟ ଶିଶୁ ଏବଂ ଅଭିଭାବକଙ୍କ ମନରେ ଆଗ୍ରହ ଓ ଉତ୍ସାହ ଦେଖାଦେବା ସହ ଏକ ଉତ୍ସାହ ପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ସମାଜରେ ଆଦୃଶ୍ଯ ହୋଇଛି।