March 7, 2026

 ପୂର୍ବତନ ୱାର୍ଡ୍ ମେମ୍ବରଙ୍କ ପରଲୋକ….

bloe
Share

 

ବେଲଗୁଣ୍ଠା,30/05, ଗାଙ୍ଗପୁର ଥାନା ମୁନିଗାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମର ପୂର୍ବତନ ୱାର୍ଡ ମେମ୍ବର ସୁଶାନ୍ତ କୁମାର ସାବତଙ୍କର ଆଜି 62 ବର୍ଷ ବୟସରେ ପରଲୋକ ଘଟିଛି I ସେ କିଛି ଦିନ ହେବ ସ୍ବାସ୍ଥ୍ୟଗତ କାରଣରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳ 10 ଘଣ୍ଟା 15 ମିନିଟ୍ ସମୟରେ ବନ୍ଥପଲ୍ଲୀ ସ୍ଥିତ ନିଜ ବାସଭବନରେ ଦେହତ୍ୟାଗ କରିଥିଲେ I s ସ୍ଵର୍ଗତ ସାବତଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ଲକ୍ଷ୍ମୀ,ପୁତ୍ର ପଞ୍ଚାନନ, ବଡ଼ଭାଇ ଗୋବିନ୍ଦ, ମଝିଆ ଭାଇ ପ୍ରଶାନ୍ତ, ସାନ ଭାଇ ବସନ୍ତ, ଚାରି ବୋହୂ ବିଚକ୍ଷଣା, ରିନା, ସନ୍ତୋଷିନୀ ,ଅଳକା, ଅନିତା,ସନ୍ଧ୍ୟା, ପ୍ରଫୁଲ୍ଲ,ଭଞ୍ଜନି, ରାନୁ,ବିଜୟ,କୃଷ୍ଣ, ନାରାୟଣ,ଜୟ,କାହ୍ନୁ ଦଳବେହେରା, ବଂଶୀଧର ଗୌଡ଼, ବାଳକୃଷ୍ଣ ସାବତ, ସରୋଜ ସାବତ, ବିରୋଜ ସାବତ ପ୍ରମୁଖ ଉପସ୍ଥିତ ଥିଲେ I ପୁରୀ ସ୍ଵର୍ଗଦ୍ଵାରଠାରେ ସ୍ୱର୍ଗତ ସାବତଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା I ସ୍ଵର୍ଗତ ସାବତ ଜଣେ ପରୋପକାରୀ, ସମାଜସେବୀ ଏବଂ ଧର୍ମପରାୟଣ ବ୍ୟକ୍ତି ଭାବରେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ I ତାଙ୍କ ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I

( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)