April 27, 2026

ମରିଚିପୁର ଖେଳ ପଡିଆରେ ବିଜେପି ପ୍ରାର୍ଥୀ ଙ୍କ ପାଇଁ ଅନୁଭଵ ଙ୍କ ପ୍ରଚାର ….

mojk
Share


-ବିଜେପି ଓଡ଼ିଶାରେ ସରକାର କରିବ, ଜୁନ 10ତାରିଖ ରେ ଓଡିଶା ରେ ବିଜେପି ସରକାର କରିବା ସହ ଓଡ଼ିଆ ହେବେ ମୁଖ୍ୟମନ୍ତ୍ରୀ, ଜଗତସିଂହପୁର ଜିଲ୍ଲା ବାଲିକୁଦା ମରିଚିପୁର ଖେଳ ପଡିଆରେ ବିଜେପି ବିଜୟ ସଂକଳ୍ପ ସମାବେଶରେ ଏକ ବିରାଟ ନିର୍ବାଚନ ସଭାକୁ ସମ୍ବୋଧନ କରି କହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ତ୍ରିପୁରା ର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ l ନବୀନ ବାବୁ ଙ୍କ ପ୍ରତି ସଂମ୍ମାନ ଅଛି କିନ୍ତୁ ଏହି ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ପୁତ୍ର କୁ କଳା ପାହାଡ଼ ହାଇଯାକ କରାଯାଇଛି ବୋଲି ସାଂସଦ ଅନୁଭବ ମହାନ୍ତି ସିଧା ସିଧା ଅଭିଯୋଗ କରିଛନ୍ତି l ତ୍ରିପୁରା ମୁଖ୍ୟମନ୍ତ୍ରୀ ଏହି ସଭା ରେ ନବୀନ ବାବୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଆମର ସମସ୍ତ ଙ୍କ ନଜର ଅଛି l ଆଉ ଏହି ନବୀନ ବାବୁ ଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ଅସୁସ୍ଥ ଅବସ୍ଥା ରେ ପ୍ରଚାର ରେ ନିୟୋଜିତ କରିବା ଆଉ ସଭା ମଝିରେ ହାତ କୁ ଟାଣି ଦେଇ ତଳକୁ ପକା ଯାଉଛି ଯାହା ଆମ ସମସ୍ତ ଙ୍କୁ ବଡ଼ କଷ୍ଟ ଦେଉଛି l ନବୀନ ବାବୁ ଙ୍କୁ ରେଷ୍ଟ ଦେଇ ଆମେ ଏହି ଥର ଓଡ଼ିଶାରେ ସରକାର କରିବୁ ବୋଲି ତ୍ରିପୁରା ମୁଖ୍ୟମନ୍ତ୍ରୀ ଏହି ବିଜୟ ସଂକଳ୍ପ ସମାବେଶରେ କହିଛନ୍ତି l। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)