May 10, 2026

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ* 

IMG-20250430-WA0029
Share

ପାରଳାଖେମୁଣ୍ଡି,ତା.୩୦.୦୪.୨୦୨୫

 

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବି.ଏନ୍ ପେଲେଶ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନିକଟସ୍ଥ ଚାଷ ଜମିରେ ପାରମ୍ପରିକ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ଭୂମିପୂଜନ କାର୍ଯ୍ୟକ୍ରମ କରାଯାଇ ଅଖି-ମୁଠି ଅନୁକୂଳ କରା ଯାଇଥିଲା । ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ମାନ୍ୟବର ବିଧାୟକ ମୋହନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ସଭାପତି, ଜିଲ୍ଲାପରିଷଦ ଗଜପତି,ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ଆଡ଼େକ, ଶ୍ରୀ ସୁରେଶ କୁମାର ପଟ୍ଟନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଗଜପତି, ଶ୍ରୀ ସୁଶାନ୍ତ ରଞ୍ଜନ ଦାସ,ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଗଜପତି, ଡ଼ାକ୍ତର ରମାକାନ୍ତ ରଣା,ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତି ଏଥିରେ ଯୋଗଦେଇ ଚାଷ ଜମିରେ ଧାନ ବୁଣିବା ସହ ଜମିରେ ହଳ ନଙ୍ଗଳ ବୁଲାଇ ଥିଲେ ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଯୁକ୍ତ ଆଡେକ୍ ଅକ୍ଷୟ ତୃତୀୟାର ଗୁରୁତ୍ଵ ଓ ଚାଷ କାର୍ଯ୍ଯ କୃଷି ଆନୁଷଙ୍ଗିକ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି କୃଷି କାର୍ଯ୍ୟ କରିବା ପାଇଁ ସମସ୍ତ ଚାଷୀ ଭାଇଭଉଣୀ ମାନଙ୍କୁ ସଚେତନତା କରାଇଥିଲେ।

ସେହିପରି ଜିଲ୍ଲାପାଳ କହିଥିଲେ ଯେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ସବୁ ନୂଆ ନୂଆ ଯୋଜନା ଆସୁଛି , ତାର ସଦୁପଯୋଗ କରି ଅଧିକ ରୁ ଅଧିକ ଲାଭ ଉଠାଇବା ସହ ଚାଷ କାର୍ଯ୍ୟ ଦିଗରେ ସଫଳ ହେବାକୁ ପରାମର୍ଶ ଦେଇଥିଲେ। ଏହା ସହିତ କୃଷି କାର୍ଯ୍ୟ କରିବା ସହିତ ମାଛ ଚାଷ, କୁକୁଡ଼ା ଚାଷ ବୋଲି ବିଭିନ୍ନ ଚାଷ ବୈଜ୍ଞାନିକ ପ୍ରଣାଳୀରେ କରି ଅନ୍ୟ ଚାଷୀ ଭାଇଭଉଣୀମାନଙ୍କୁ ମଧ୍ୟ ସଚେତନତା ସୃଷ୍ଟି କରିବା ପାଇଁ

କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ ଯୋଗ ଦେଇ ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ ଏବଂ ଫୁଲ , ଫଳ,ଛତୁ, ଓ ବିଭିନ୍ନ ପରିବା ଇତ୍ୟାଦି ଚାଷୀ ଭାଇଭଉଣୀ ମାନଙ୍କୁ ବିଭିନ୍ନ ଦିଗ ଉପରେ ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ଏନ୍. ବୀରରାଜୁ, ଅଧ୍ୟକ୍ଷ, ପଞ୍ଚାୟତ ସମିତି ଗୋସାଣୀ, ଶ୍ରୀମତୀ ସୁନେମୀ ମଣ୍ଡଳ, ଅଧ୍ୟକ୍ଷା,ପଞ୍ଚାୟତ ସମିତି ଗୁମ୍ମା,ଶ୍ରୀ ଲକ୍ଷ୍ମୀ ନାରାୟଣ ଶବର,ଅଧ୍ୟକ୍ଷ, ପଞ୍ଚାୟତ ସମିତି ଆର.ଉଦୟଗିରି , ଶ୍ରୀମତୀ ଏମ. ସୁଧାରାଣୀ, ଅଧ୍ୟକ୍ଷା, ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର ଓ ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ , ଜିଲ୍ଲା କୃଷକ ସଭାପତି ଗଜପତି ପ୍ରମୁଖ

ମଞ୍ଚାସିନ ନିଜ ନିଜ ଅଭିଭାଷଣ କହିଛନ୍ତି ଯେ ସରକାରଙ୍କ ଦ୍ଵାରା ସମସ୍ତ ଜନହିତକରୀ ଯୋଜନାର ଚାଷୀ ମାନଙ୍କ ନିକଟରେ ଠାରେ ସରକାରୀ କାର୍ଯ୍ୟକ୍ରମ ପହଞ୍ଚାଇବାକୁ କହିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀ ହରିହର ସେଠ୍, ଉପନିବନ୍ଧକ ସମବାୟ ସମିତି ବିଭାଗ ଗଜପତି, ଶ୍ରୀ ରେବତୀ ମୋହନ ରାଉତ, ସେକ୍ରେଟାରୀ, ଆରଏମସି, ଗଜପତି ସହକାରୀ କୃଷି ଅଧିକାରୀ ସଂଘମିତ୍ରା ପ୍ରଧାନ,ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀ କେ.ସୁରଜ ପାତ୍ର , ପ୍ରମୁଖ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ଓ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ସମେତ,ବ୍ଲକ୍ କୃଷି ଅଧିକାରୀ,ଗ୍ରାମ୍ୟ କୃଷି କର୍ମଚାରୀ , କୃଷକ ସାଥୀ ଏବଂ କୃଷି ଓ ଆନୁଷଙ୍ଗିକ ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ ବହୁ ସଂଖ୍ୟାରେ ଚାଷୀ ଭାଇଭଉଣୀମାନେ ଯୋଗ ଦେଇଥିଲେ ।

ଗଜପତି ରୁ ଲମ୍ବୋଦର ସାହୁ ଙ୍କ ରିପୋର୍ଟ