ଆନ୍ଦୋଳନ ରେ ସରକାରୀ ବସ କର୍ମଚାରୀ
ରାୟଗଡା ଦୀର୍ଘ 38ଦିନ ହେଲା ଵାସ ସେବା ବନ୍ଦ ଯୋଗୁଁ ଦରମା ମଧ୍ୟ ପ୍ରଦାନ କରାଯାଇନି ଏହାର ପ୍ରତିବାଦରେ ଆଜି ରାଜ୍ୟ ପରିବହନ ନିଗମର କର୍ମଚାରୀ ମାନେ ନିଜ ପରିବାର ସହ ଆନ୍ଦୋଳନ କରିଛନ୍ତି ରାୟଗଡା ବିଜୁପଟନାୟକ ବସ ଷ୍ଟାଣ୍ଡ ର osrtc କାର୍ଯାଳୟ ସମ୍ମୁଖ ରେ ସେମାନେ ଧାରଣରେ ବସିଛନ୍ତି ସେମାନଂକୁ କାମ ମିଳିଵ କି ନାହିଁ ତାହା ମଧ୍ୟ ସ୍ୱଷ୍ଟ କରୁ ନାହାନ୍ତି ବିଭାଗ ଫଳରେ ସେମାନେ ଦୁର୍ଦଶା ରେ ଜୀବନ କାଟୁ ଥିବା ଆମ କେମେରା ସାମ୍ନାରେ ଅଭିଯୋଗ କରିଛନ୍ତି କର୍ମଚାରୀ ଙ୍କ କହିବା ଅନୁସାରେ ଦରମା ନ ମିଳିବାରୁ ସେମାନଙ୍କ ପରିବାର ଭୋକ ଓପାସ ରେ ଅଛନ୍ତି ଘର ଭଡା ପିଲାଙ୍କ ସ୍କୁଲ ଟିଉସନ ଖର୍ଚ୍ଚ ଦେଇପାରୁନାହାନ୍ତି ଏ ନେଇ ସେମାନେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ପରିବହନ ଅଧିକାରୀଙ୍କ ନିକଟରେ ବାରମ୍ବାର ଗୁହାରି କରି ଆସୁଛନ୍ତି କିନ୍ତୁ କେହି ହେଲେ କର୍ଣ୍ଣ ପାତ କରୁନାହାନ୍ତି ତେଣୁ ସେମାନେ ନିଜର ହକ ପାଇଁ ସ୍ଥାନୀୟ ବସ ଷ୍ଟାଣ୍ଡ ସ୍ଥିତ ଓଡିଶା ରାଜ୍ୟ ପରିବହନ ଅଫିସ ସାମ୍ନାରେ ଧାରଣରେ ବସି ଛନ୍ତି ଓ ଦାବି ପୂରଣ ନ ହେବାଯାଏ ଆନ୍ଦୋଳନ ରେ ବସିବାକୁ ଜିଦ ଧରିଛନ୍ତି ସୂଚନା ଅନୁଯାଇ ରାୟଗଡା ବସ ଷ୍ଟାଣ୍ଡ ରେ 2015ମହସିଆ ରୁ ଡିପୋ ଆରମ୍ଭ ହୋଇଥିଲା ରାୟଗଡା ଠାରୁ ମାଲକାନଗିରି କୋରାପୁଟ ଓ ରାୟଗଡା ଜିଲ୍ଲାର 9 ଟି ରୁଟ ପାଇଁ 11ଟି ବସ ଚାଲୁଥିଲା କିନ୍ତୁ ଗତ ଦୁଇମାସ ହେଲା ସମସ୍ତ ବସ ଚଳା ଚଳ ବନ୍ଦ ହୋଇଯାଇଛି ବସ ଗୁଡିକର ଅବସ୍ଥା ଠିକ ନଥିବା ବେଳେ ବିନା ଫିଟନେସ ବିନା ପରମିଟ ବିନା ଇନ୍ସୁରାନ୍ସ ରେ ଚାଲୁଥିଲା ଦୁର୍ଘଟଣା ଆଶଙ୍କା ଥିବାରୁ ସେସବୁ ବସ ଗୁଡିକୁ ବିଭାଗ ପକ୍ଷରୁ ବନ୍ଦ କରି ଦିଆଯାଇଛି ଏହି ବସ ଉପରେ ନିର୍ଭର କରି ଚଳୁ ଥିବା 14ଜଣ ଡ୍ରାଇଭର ଓ 12ଜଣ କଣ୍ଡକ୍ତର ଙ୍କ ପରିବାର ଏବେ ସଂକଟରେ ଦୀର୍ଘ ବର୍ଷ ଧରି ଠିକା ଭିତ୍ତିରେ କାମ କରୁଥିଲେ ହେଲେ ବର୍ତ୍ତମାନ ବିନା ନୋଟିସ ରେ ବାହାର କାଟିଦେବା କେତେ ଯୁକ୍ତି ଯୁକ୍ତ ବୋଲି କର୍ମଚାରୀ ମାନେ ପ୍ରଶ୍ନ କରିବା ସହ ଆଗାମୀ ଦିନରେ ଯେଉଁ ସଂସ୍ଥା ବସ ଚଳାଇବ ଓ ଆମକୁ ନିଯୁକ୍ତି ନ ଦେବ ସେହି ବସ କୁ ମଧ୍ୟ୍ୟ ଚଳାଇ ଦେବୁ ନାହିଁ ଦରକାର ପଡିଲେ ଛୁଆ ପିଲାଙ୍କ ସହ ସେହି ବସ ଆଗରେ ଆତ୍ମ ହତ୍ୟା କରିବୁ ବୋଲି ଚେତାବନୀ ଦେଇଛନ୍ତି
