ନିଆରା ଢଙ୍ଗରେ ୧୫ତମ ବିବାହ ବାର୍ଷିକୀ ପାଳନ କଲେ ଦମ୍ପତି ….
1- ନିଆରା ଢଙ୍ଗରେ ୧୫ତମ ବିବାହ ବାର୍ଷିକୀ ପାଳନ କଲେ ଦମ୍ପତି। 2-ବିବାହ ବାର୍ଷିକୀ ରେ ନିଆରା ନିଷ୍ପତି । 3- ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଳାୟରେ ଚୁକ୍ତି କଲେ ସମାଜ ସେବୀ ପ୍ରବୀର ପ୍ରଧାନ। 4- ଜୀବନ ର ଶେଷ ନିଶ୍ୱାସ ତ୍ୟାଗ କରିବା ପରେ ଅନ୍ୟ ର ଜୀବନ ବଞ୍ଚାଇବା ପାଇଁ ଅଙ୍ଗ ଦାନ କରିବାର ନିଷ୍ପତି ନେଇଛନ୍ତି ସାରଳା ଜ୍ୟୋତି ସାହିତ୍ୟ ପ୍ରତ୍ରିକ ର ସମ୍ପାଦକ ପ୍ରବୀର ପ୍ରଧାନ । ଏଭଳି ନିଷ୍ପତି ନେଇଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧିନ ବଡଙ୍ଗ ଗ୍ରାମର ସାରଳା ଜ୍ୟୋତି ସାହିତ୍ୟ ପତ୍ରିକା ର ସମ୍ପାଦକ, ପାରାଦୀପ ଇପକୋ କଂପାନୀ କାର୍ଯ୍ୟରତ ତଥା ଯୁବ ସମାଜ ସେବୀ ପ୍ରବୀର ପ୍ରଧାନ।ବିବାହ କୁ ପୁରିଲା ପନ୍ଦର ବର୍ଷ । ହସ ଉଲ୍ଲାସ ରେ ବିତୁଛି ଦୁହିଁଙ୍କ ଜୀବନ । ଚଳିତ ବର୍ଷ ନିଜ ବିବାହ ବାର୍ଷିକ କୁ ଆହୁରି ରୁଦ୍ଧିମନ୍ତ କରିବା ଉଦ୍ଦେଷ୍ୟରେ ପରିବାର ସହ ପଳାଇ ଆସିଛନ୍ତି ଜରା ନିବାସ । ପ୍ରବୀର କୁମାର ପ୍ରଧାନ , ଧର୍ମ ପତ୍ନୀ ଦେବଶ୍ରୀ ପ୍ରଧାନ ଓ ଝିଅ ପ୍ରଦ୍ୟାସା ପ୍ରଧାନ କୁ ନେଇ ନିଜ ପନ୍ଦର ତମ ବିବାହ ବାର୍ଷିକୀ ପାରାଦୀପ ଦୋଛକି ଠାରେ ଥିବା ସାଇ ସେବା ଜରାଶ୍ରମ ରେ ଅସହାୟ ବୃଦ୍ଧ ବୃଦ୍ଧା ଙ୍କ ସହ କେକ୍ କାଟିବା ସହ ସେମାନଙ୍କୁ ଖାଦ୍ୟ ଓ ବସ୍ତ୍ର ଦେଇ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଅନେକ ଦମ୍ପତି ନିଜ ବିବାହ ବାର୍ଷିକ କୁ ସ୍ମରଣୀୟ କରିବା ଓ ଆଶୀର୍ବାଦ ଭିକ୍ଷା କରିବା ପାଇଁ କିଏ ମନ୍ଦିର ଯାଇ ଭାଗବାନ ଙ୍କୁ ଦର୍ଶନ କରୁଥିବା ବେଳେ ଅନ୍ୟ କେହି କେହି ହୋଟେଲ କିମ୍ବା କ୍ଲବ୍ ରେ ପାଳନ କରିଥାନ୍ତି । କିନ୍ତୁ ଅସହାୟ ବୃଦ୍ଧ ବୃଦ୍ଧା ହେଉଛନ୍ତି ଚଳନ୍ତି ଭଗବାନ ସେମାନଙ୍କ ସହ ନିଜ ବିବାହ ବାର୍ଷିକ ପାଳନ କରିଛନ୍ତି ଏହି ଦମ୍ପତ୍ତି । କେବଳ ସେତିକି ନୂହେଁ ୨୦୨୧ ରେ ନିଜ ବିବାହ ବାର୍ଷିକୀ ରେ ଝିଅ ଓ ସ୍ତ୍ରୀ ଙ୍କ ପାଇଁ ଚନ୍ଦ୍ରପୃଷ୍ଠ ରେ ଜାଗା କିଣି ଚର୍ଚ୍ଚା କୁ ଆସିଥିବା ବେଳେ ଏବେ ପ୍ରବୀର ନିଜର ଅଙ୍ଗ ଦାନ କରିବାର ପଞ୍ଜୀକୃତ କରିଥିବା ଆଜି ଏହି ବିଶେଷ ଦିନରେ ଘୋଷଣା ମଧ୍ଯ କରିଛନ୍ତି। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)