June 17, 2026

ବିପଦକୁ ଡାକୁଛି ବୁଗୁଡା ପରିବା ବଜାର ନିକଟସ୍ଥ ମୁକୁଳା  ଟ୍ରାନ୍ସଫର୍ମର , ଅଳ୍ପକେ ବର୍ତ୍ତିଲେ ହଳେ ଗାଈ ଓ ଷଣ୍ଢ 

IMG-20250527-WA0080
Share

 

ବୁଗୁଡ଼ା : ତା ୨୭/୦୫/୨୫ : ଖୋଲାମେଲାରେ ରହିଛି

ବିଦ୍ୟୁତ ଟ୍ରାନ୍ସ ଫରମର , ଏଥି ସହ ଲଟାବୁଦାରେ ଝୁଲନ୍ତା ତାର , ଯାହା ହାତ ଠାରି ଡାକୁଛି ବିପଦକୁ । ଏମିତି ଏକ ଦୃଶ୍ୟ ଦେଖୁବାକୁ ମିଳିଛି ବୁଗୁଡ଼ା ପରିବା ବଜାର ନିକଟସ୍ଥ ବାଲିପିଣ୍ଡି ରାସ୍ତା କଡରେ । ରାସ୍ତା କଡରେ ଖୋଲାମେଲାରେ ଥିବା ଟ୍ରାନ୍ସଫର୍ମର ଯୋଗୁଁ ବର୍ଷା ହେଲେ ତଳେ ଥିବା ଲଟାବୁଦାରେ ବିଦ୍ୟୁତ ପ୍ରବାହ ହେଉଛି | ସେହି ପାଖ ଦେଇ

ଗାଈଗୋରୁ ଏବଂ ଲୋକେ ଯାତାୟତ ହେଉଥିବାବେଳେ

କେତେବେଳେ କାହାର ଜୀବନ ଯେ ଚାଲିଯିବ ଯିବ ସେ

ନେଇ ଲୋକେ ଆଶଙ୍କାରେ ରହିଆସୁଥିବା ବେଳେ

ଆଜି ମଙ୍ଗଳବାର ସନ୍ଧ୍ୟାରେ ଖୋଲାମେଲାରେ ଥିବା ସେହି ବିପଦଜ୍ଜନକ ଟ୍ରାନ୍ସଫର୍ମର ନିକଟକୁ ହଳେ ଗାଈ ଓ ଷଣ୍ଢ ପ୍ରବେଶ କରିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ନିଶ୍ଚିତ ବିପଦ ଆଶଙ୍କା କରି ବିଦ୍ଯୁତ୍ ବିଭାଗକୁ ଖବର ଦେଇଥିଲେ ଏବଂ ସଙ୍ଗେ ସଙ୍ଗେ ବିଦ୍ଯୁତ୍ କାଟ ହୋଇଥିଲା । ଏହା ପରେ ବିଦ୍ଯୁତ୍ କର୍ମଚାରୀମାନେ ଟ୍ରାନ୍ସଫର୍ମର ନିକଟରେ ପହଞ୍ଚି ଭିତରେ ଫଶି ଯାଇଥିବା ଗାଈ ଓ ଷଣ୍ଢକୁ ଘଉଡାଇ ବାହାର କରିଥିଲେ। ଫଳରେ ବିଦ୍ୟୁତ ଆଘାତରୁ ଗାଈ ଓ ଷଣ୍ଢ ରକ୍ଷା ପାଇଯାଇଥିଲେ । ଅନେକ ସ୍ଥାନରେ ବିଦ୍ୟୁତ ଅଘଟଣ ପରେ ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ବାଡ଼ବନ୍ଦୀ ସହ କୌଣସି ଅଘଟଣ ଯେପରି ନ ଘଟେ ସେଥପ୍ରତି ଯତ୍ନବାନ ହେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ହେଁ ବୁଗୁଡ଼ା ବିଦ୍ୟୁତ ବିଭାଗ ଏଥି ପ୍ରତି ଆଦୌ ଦୃଷ୍ଟି ଦେଉ ନଥବାରୁ ସାଧାରଣରେ ଅସନ୍ତୋଷ

ଦେଖା ଦେଇଛି । ବିଭାଗୀୟ ଉଚ୍ଚ ଅଧିକାରୀ ଏ ଦିଗରେ

ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି

ହେଉଛି ।