ଉଦଯାପିତ ହେଲା ମକର ମହୋତ୍ସବ
ପୁରୀ ତାଳବଣିଆ ପଡ଼ିଆ ଠାରେ “ତାଳବଣିଆ ଉନ୍ନୟନ ପରିଷଦ” ଦ୍ୱାରା ଆୟୋଜିତ ” ୨ୟ ମକର ମହୋତ୍ସବ ” ଦ୍ୱିତୀୟ ଦିନର କାର୍ଯକ୍ରମ ଅତି ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଯାଇଅଛି । ଏହି ମହୋତ୍ସବ ଗତ ୨୮ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୩୦ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯକ୍ରମ ରହିଅଛି ।ମହୋତ୍ସବ ର ୨ୟ ସନ୍ଧ୍ୟାରେ ପିପିଲି ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକଙ୍କ, ସତ୍ୟବାଦୀ ବିଧାୟକ ମାନ୍ୟବର ଓମ୍ ପ୍ରକାଶ ମିଶ୍ର, ଶ୍ରୀମତୀ ଶୋଭନା ମହାନ୍ତି – ମାନନୀୟା ଅଧ୍ୟକ୍ଷା, ରାଜ୍ୟ ମହିଳା କମିଶନ, ଶ୍ରୀମତୀ ରତ୍ନପ୍ରଭା ପଣ୍ଡା – ମାନନୀୟା ସମ୍ପାଦିକା , ମହିଳା ମୋର୍ଚ୍ଚା, ଭାଜପା, ଓଡ଼ିଶା , ବରିଷ୍ଠ ସେବାୟତ ତଥା ଅନୁଷ୍ଠାନର ଅଭ୍ୟର୍ଥନା କମିଟି ଅଧକ୍ଷ ଶ୍ରୀଯୁକ୍ତ ମଧୁସୂଦନ ସିଂହାରୀ, ପୁରୀ ଅର୍ବାନ କୋପୋରେଟିଭ ବ୍ୟାଙ୍କ୍ ର ନିର୍ଦ୍ଦେଶକ ତଥା ଅନୁଷ୍ଠାନର ସଂଗଠନ ସଭାପତି ଶ୍ରୀଯୁକ୍ତ ଉମାକାନ୍ତ ନାୟକ, ବରିଷ୍ଠ ଆଇନଜୀବୀ ତଥା ଅନୁଷ୍ଠାନର ଅଭ୍ୟର୍ଥନା କମିଟି ଉପ ସଭାପତି ଶ୍ରୀଯୁକ୍ତ ଦିଗଦର୍ଶନ ପଟ୍ଟନାୟକ, ଅନୁଷ୍ଠାନର ସଂଗଠନ ଉପ ସଭାପତି ଶ୍ରୀଯୁକ୍ତ ଜୟନ୍ତ କୁମାର ଦାସ , ଅନୁଷ୍ଠାନର ସଭାପତି ଶ୍ରୀ ରାଜେଶ କୁମାର ନନ୍ଦ, ସାଧାରଣ ସମ୍ପାଦକ ଶ୍ରୀ ସୁଜିତ ପଟ୍ଟନାୟକ , ଆବାହକ ଶ୍ରୀ ଶିବପ୍ରସାଦ ମହାନ୍ତି ମଞ୍ଚାସୀନ ଅତିଥି ରୂପେ ଯୋଗ ଦେଇ ଅନୁଷ୍ଠାନର କାର୍ଯକ୍ରମ, ସମାଜ ପ୍ରତି ଏହାର ଭୂମିକା ଓ ଆସନ୍ତା ଭବିଷ୍ୟତରେ ଲକ୍ଷ୍ୟ ଓ ଉଦେଶ୍ୟ ସମ୍ବନ୍ଧରେ ସମସ୍ତେ, ନିଜ ନିଜର ମୂଲ୍ୟବାନ ମତ ଉପସ୍ଥାପନ କରିଥିଲେ । ସଭାରେ ଅତିଥି ମାନଙ୍କ ଦ୍ୱାରା ,ଅନୁଷ୍ଠିତ ହୋଇଯାଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଓ ଅନୁଷ୍ଠାନ ତରଫରୁ ମନୋନୀତ କରାଯାଇଥିବା ଅନେକ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ସଭାପତି ଶ୍ରୀ ରାଜେଶ କୁମାର ନନ୍ଦ, ଅନୁଷ୍ଠାନ ସଦସ୍ୟ ଶ୍ରୀ ବିକାଶ ନାୟକ ଓ ବରିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ ଜନ୍ମେଜୟ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ମହୋତ୍ସବରେ ୨ୟ ଦିନ ମଧ୍ୟ ବ୍ୟବସ୍ଥା ହୋଇଥିବା ୪୦ ଗୋଟି ଷ୍ଟଲ ରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀ ମାନେ ନିଜ ନିଜର ହସ୍ତଶିଳ୍ପ, ମସଲା, ଘରୋଇ ଉପକରଣ, ଖେଳନା ଓ ନାନାଦି ସୁଖାଦ୍ୟ କୁ ଉପସ୍ଥିତ ଦର୍ଶକ ଙ୍କୁ ବିକ୍ରି କରିଥିଲେ ।ଛୋଟ ପିଲାମାନେ ଆୟୋଜିତ ଦୋଳି ଖେଳର ମଜା ନେଇଥିଲେ । ତତସହିତ ପଡ଼ିଆରେ ଏକ ସୁନ୍ଦର ବାଲୁକା ଚିତ୍ର ପ୍ରଦର୍ଶନ କରାଯାଇଥିଲା । ସନ୍ଧ୍ୟାରେ ମଞ୍ଚରେ ଅନେକ ସାଂସ୍କୃତିକ ଅନୁଷ୍ଠାନ ର କୁନି କୁନି କଳାକାର ମାନେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଭଜନ ଓ ଅନ୍ୟାନ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ୨ୟ ସନ୍ଧ୍ୟାରେ ବିଶେଷ କରି ମୁଖ୍ୟ ସାଂସ୍କୃତିକ କାର୍ଯକ୍ରମ, ଓଡ଼ିଶାର ବିଶିଷ୍ଠ ଓ ସୁନାମଧନ୍ୟ କଣ୍ଠଶିଳ୍ପୀ ଲିପ୍ସା ମହାପାତ୍ର ଓ ତାଙ୍କର ” ସୂର୍ ତାଲ ” ଅର୍ଗେଷ୍ଟ୍ରା ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇ, ବହୁଳ ମାତ୍ରାରେ ଉପସ୍ଥିତ ଦର୍ଷାକଙ୍କ ମନ ମୁଗ୍ଧ କରାଯାଇଥିଲା । ଏହି ମକର ମହୋତ୍ସବ ର କାର୍ଯକ୍ରମକୁ ଅତି ସୁନ୍ଦର ଭାବରେ ସମ୍ପାଦନ କରିବା ପାଇଁ ତାଳବଣିଆ ଉନ୍ନୟନ ପରିଷଦ ର ସମସ୍ତ ସଦସ୍ୟ/ସଦସ୍ୟା ଯଥା ଶ୍ରୀ ବିଶୁଧାନନ୍ଦ ଜେନା, ବିଷ୍ଣୁ ଚରଣ ସ୍ୱାଇଁ, ସଚ୍ଚିଦାନନ୍ଦ ରଥ, କିଶୋର ପ୍ରଧାନ, ସଂଗ୍ରାମ ମହାପାତ୍ର, ନିହାର ରଞ୍ଜନ ପତି, ଦୀପ୍ତି ରଞ୍ଜନ ବାରିକ, ରିଙ୍କୁ ମହାପାତ୍ର, ମନୋଜ ରଥ, ରୁଦ୍ରନାରାୟଣ ରଥ, ସଞ୍ଜୟ ଦାସ, ଅରକ୍ଷିତ ବେହେରା, ରବିନାରାୟଣ ଦାସ, ବାପିନା ମହାପାତ୍ର, ଶ୍ରୀମତୀ ଲୀନ ମହାନ୍ତି, ଶ୍ରୀମତୀ ବନ୍ଦିତା ଦାଶ,ଶ୍ରୀମତୀ ମଞ୍ଜୁଲତା ସ୍ୱାଇଁ ଓ ଶ୍ରୀମତୀ ତନୁଜା ମହାନ୍ତି ଆଦି କାର୍ଯକ୍ରମରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଅଛନ୍ତି ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
