April 1, 2025

ଦିଲ୍ଲୀ ଛାତ୍ର ପରିଷଦ ନିର୍ବାଚନରେ ଓଡ଼ିଆଙ୍କ ବାଜିମାତ

Share

 

 

ସୌମ୍ୟରଞ୍ଜନ ବଡ଼ପଣ୍ଡା ପିଏଚଡି କାଉନସିଲର, ଚନ୍ଦନ ଶିକ୍ଷାଶାସ୍ତ୍ର କାଉନସିଲର ଭାବେ ନିର୍ବାଚିତ

 

ନୂଆଦିଲ୍ଲୀ – ନୂଆଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ଦୀର୍ଘ ୩୦ ବର୍ଷ ପରେ ଛାତ୍ର ପରିଷଦ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥରେ ମୋଟ ୨ ପଦବୀରେ ୨ ଓଡ଼ିଆ ଛାତ୍ର ବାଜିମାତ ମାରିଛନ୍ତି। ସମ୍ବଲପୁର ଜିଲ୍ଲା ପଡିଆବାହଳର ଛାତ୍ରନେତା ସୌମ୍ୟରଞ୍ଜନ ବଡ଼ପଣ୍ଡା ପି ପିଏଚଡି କାଉନସିଲର ଓ ଚନ୍ଦନ ଶିକ୍ଷାଶାସ୍ତ୍ର କାଉନସିଲର ଭାବେ ନିର୍ବାଚନରେ ବିଜୟଲାଭ କରିଛନ୍ତି। ସୌମ୍ୟରଂଜନ କହିଛନ୍ତି ନିର୍ବାଚନ ପ୍ରଚାର ସମୟରେ ୧୫ ଟି ପ୍ରତିଶ୍ରୁତି ଥିଲା, ଯାହାକି ଏହି ସପ୍ତାହରୁ କାର୍ଯ ଆରମ୍ଭ ହେବ।ସୌମ୍ୟରଂଜନ ଙ୍କ ବିପକ୍ଷରେ ୫ ଜଣ ପ୍ରତିଦ୍ବନ୍ଦୀ ଉତ୍ତରପ୍ରଦେଶ, ହରିୟାଣା , ହିମାଚଳ ପ୍ରଦେଶ,ରାଜସ୍ଥାନ ଭଳି ବିଭିନ୍ନ ପ୍ରାନ୍ତରୁ ଥିଲେ । ସୌମ୍ୟରଂଜନ ବଡ଼ପଣ୍ଡା ବର୍ତ୍ତମାନ ଏହି ବିଶ୍ଵିଦ୍ୟାଳୟରେ ରେ ସଂସ୍କୃତ ସାହିତ୍ୟ ରେ ଗବେଷଣା ଓ ଚନ୍ଦନ ରଣା ସଂସ୍କୃତରେ ଶିକ୍ଷାଶାସ୍ତ୍ର କରୁଛନ୍ତି। ଛାତ୍ରନେତା ସୌମ୍ୟରଞ୍ଜନ ବଡ଼ପଣ୍ଡା ପୂର୍ବରୁ ଓଡିଶାରେ ପଢିବା ସମୟରେ ଏବିଭିପି ର ରାଜ୍ୟ ତଥା ରାଷ୍ଟ୍ରୀୟ ସ୍ତରରେ ପ୍ରମୁଖ ଦାଇତ୍ୱ ତୁଲାଇ ସାରିଛନ୍ତି।ବର୍ତ୍ତମାନ ସେ ବିଶ୍ଵବିଦ୍ୟାଳୟରେ ଏବିଭିପି ୟୁନିଟରେ ମଧ୍ୟ ଦାଇତ୍ୱ ରେ ଅଛନ୍ତି।