May 10, 2026

ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାତ୍କଳ ଦିବସ ପାଳିତ

IMG-20250401-WA0046
Share

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଜଟଣୀସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଉତ୍କଳ ଦିବସ ଓ ବିଦ୍ୟାଳୟର ପ୍ରବେଶ ଦିବସ ଅବସରରେ ବିବିଧ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ବର୍ଣ୍ଣ|ଢ୍ୟ ପରିବେଶରେ ପାଳିତ ହୋଇ ଯାଇଛି | ଏହି ଅବସରରେ ବିଦ୍ୟାରମ୍ଭ ଯଜ୍ଞ, ଶତାଧିକ ମାଆ ମାନଙ୍କ ଦ୍ୱାରା କଳସ ଶୋଭା ଯାତ୍ରା ସହ ପ୍ରଭୁ ଶ୍ରୀରାମ, ଲଷ୍ମଣ,ହନୁମାନ ଇତ୍ୟାଦି ବେଶଧାରୀ ଘୋଷ ବାହିନୀଙ୍କ ଦ୍ୱାରା ସଂଚଳନ ବିଭିନ୍ନ ମହାପୁରୁଷ ଓଡିଶାର ବରପୁତ୍ର ଝାଙ୍କି ସହ ପୃଥକ ପୃଥକ ଭାବେ ଶୋଭାଯାତ୍ରାର ପଟୁଆର ପରିକ୍ରମା କରିଥିଲା | ବିଦ୍ୟାଳୟ ପରିସରରେ ବିଦ୍ୟାରମ୍ଭ ଯଜ୍ଞ କରାଯାଇଥିଲା |ଉତ୍କଳ ଦିବସ ଉତ୍ସବରେ ପ୍ରବଚକ ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇ ଉତ୍କଳର ପ୍ରାଚୀନ ସଂସ୍କୃତି ଓ ଉତ୍କଳ ପ୍ରଦେଶ ଗଠନ ସମ୍ବନ୍ଧୀୟ ତଥ୍ୟ ମାନ ବକ୍ତବ୍ୟରେ ରଖିଥିଲେ | ବିଦ୍ୟାଳୟର ଗୁରୁଜୀ ଗୁରୁମା ଶିଶୁମାନେ ଉତ୍କଳ ଦିବସ ପାଳନର ମହତ୍ତ୍ୱ ବକ୍ତବ୍ୟରେ ରଖିଥିଲେ | କୃତି ଛାତ୍ର ଛାତ୍ରୀମାନଙ୍କୁ ଅତିଥି ପୁରସ୍କାର ପ୍ରଦାନ କରି ଥିଲେ | ମା’ମାନଙ୍କ କଳସ ଯଜ୍ଞ ମଣ୍ଡପରେ ସ୍ଥାପନା କରାଯାଥିଲା | ଶିଶୁ ବାଟିକା ପରିସରରେ ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ହୋଇଥିଲା | କାର୍ଯ୍ୟକ୍ରମର ସଂଯୋଜକ କର୍ତ୍ତା ଭାବରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା | ଉପସ୍ଥିତ ସମସ୍ତ ଶିଶୁ ପିତାମାତା ନିମନ୍ତ୍ରିତ ମାନ୍ୟ ଗଣ୍ୟ ବ୍ୟକ୍ତି ଶୁଦ୍ଧି ଦର୍ଶକ ବୃନ୍ଦଙ୍କୁ ଭୋଗ ପ୍ରସାଦ ବଣ୍ଟନ କରାଯାଇଥିଲା | ନିର୍ମାଣ ହୋଇ ଥିବା ଅଶୋକ ବନରେ ଫଳ ଗୁଡିକୁ ହନୁମାନ ବେଶଧାରୀ ଶିଶୁ ମାନେ ଡେଇଁ ଖାଇ ଥିଲେ | ହନୁମାନ ଚାଳିଶା ଓ ସୁନ୍ଦରକାଣ୍ଡ ଗାନକରୁଥିବା ଭକ୍ତମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ପରିଚାଳନା ସମିତି ସଭାପତି ପ୍ରସନ୍ନ ରଥ ଉପସ୍ଥିତ ଥିଲେ | ଏହି କାଯ୍ୟକ୍ରମକୁ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ନିରଞ୍ଜନ ସାହୁ, ସୁଧୀର ସାହୁ, ଉମାକାନ୍ତ ସାହୁ, ନମିତା ମିଶ୍ର, କୁଳମଣି ପାଇକରାୟଗୁରୁଜୀ ଗୁରୁମାଙ୍କ ସଂଯୋଜନାରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସେବକ ସେବିକାମାନେ ପୂର୍ଣ୍ଣ ସହଯୋଗ କରିଥିଲେ | ପରିଶେଷରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇ ସମାପ୍ତ ଘୋଷଣା କରିଥିଲେ|