ବାରୁଣିସ୍ନାନରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଣସପଦା ପକ୍ଷରୁ ରାମ ଖେଚୁଡ଼ି ବଣ୍ଟନ l

ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବାବା ଭାବକୁଣ୍ଡଳେଶ୍ୱରଙ୍କ ବାରୁଣିସ୍ନାନ ବୁଡ଼ରେ ତିନିଦିନ ଧରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଣସପଦା ଆନୁକୂଲ୍ୟରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ମାଗଣାରେ ରାମ ଖେଚୁଡ଼ି ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ବିଦ୍ୟାମନ୍ଦିର ସଭାପତି ଦ୍ଵିଜବର ପଲାଇଙ୍କ ଅଧକ୍ଷତାରେ ସମ୍ପାଦକ ସୁରଥ କୁମାର ଜେନା, ପ୍ରଧାନଆଚାର୍ଯ୍ୟ ଶ୍ରୀଧର କୁମାର ଦଳାଇ, କୋଷାଧକ୍ଷ ତପନ କୁମାର ସାହୁ, ଉପସଭାପତି ଦେବଦୁର୍ଲଭ ଦାଶ, ବିଦ୍ୟାମନ୍ଦିର ଆଚାର୍ଯ୍ୟ ରାଜେଶ ପ୍ରଧାନ, ଏମ କେ ଜାକିର ଉଦ୍ଦିନ, ଆଚାର୍ଯ୍ୟା କୁନିମଣି ବେହେରା, ସୁଦେସ୍ନା ପ୍ରଧାନ, ଉନ୍ନତି ଜେନା, ବିବିନାରାଣୀ ସାହୁ, ବବିରାଣୀ ନାୟକ, ପୂଜାରାଣୀ ପ୍ରଧାନ, ଲୋପାମୁଦ୍ରା ମହାପାତ୍ର, ବିଷ୍ନୁପ୍ରିୟା ବେହେରା, ଜ୍ୟୋତିଶ୍ରୀ ପ୍ରଧାନ, ସ୍ଵାଗତିକା ସାହୁ, ଲବଙ୍ଗଲତା ଜାଲି, ରୋଜାଲିନ ବାରିକ, ଅର୍ଚନା ମହାନ୍ତି, ସୁନେଲି ବେହେରା, ସେବିକା ବିଷ୍ନୁପ୍ରିୟା ଦାସ ଓ ନନ୍ଦିନୀ ବେହେରା ପ୍ରମୁଖ ସୁରୁଖୁରୁରେ ଏହି ବଣ୍ଟନ କାର୍ଯ୍ୟକୁ ପରିଚାଳନା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ