March 13, 2026

ଶିକ୍ଷାବିତ ବୃନ୍ଦାବନ ପାଣିଗ୍ରାହି ଙ୍କ ପରଲୋକ…

koko
Share

 

 

 

ଗଞ୍ଜାମ ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ ବୃନ୍ଦାବନ ପାଣିଗ୍ରାହି ଙ୍କ 77 ବର୍ଷ ବୟସରେ ପବିତ୍ର ଦୋଳପୁର୍ଣିମା ଗଞ୍ଜାମ ଦୋଳଯାତ୍ରା ଉଦଯାପନ ସମାରୋହ ସମୟରେ ପରଲୋକ ଘଟିଛି l ଯାହାକୁନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ତାଙ୍କରି ଶିକ୍ଷା ଜୀବନ ନୀଳାଦ୍ରି ପୁର ସ୍କୁଲ, ପୁଇଁତୋଳା ସ୍କୁଲ, କାଇଁଚପୁର ସ୍କୁଲ, ବରପଲ୍ଲୀ ସ୍କୁଲ, ଜୟଶ୍ରୀ ସ୍କୁଲ, ଶେଷରେ ପୁଇଁତୋଳା ସ୍କୁଲ ରେ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ହୋଇ ସେହି ସ୍କୁଲ ରୁ ଅବସର ନେଇଥିଲେ ତାଙ୍କରି ଜୀବନରେ ବହୁତ ଆଦସ୍ର ଛାତ୍ର ଗଢି ତୋଳିଛନ୍ତି l ତାଙ୍କ ମୃତ ଶରୀରକୁ ପୁଣ୍ୟତୋୟା ଋଷିକୁଲ୍ୟା ନଦୀ କୂଳ ସ୍ମଶାନ ଘାଟରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା l ତାଙ୍କର ପୁତ୍ର ସମ୍ବାଦିକ ତଥା ଗଞ୍ଜାମ ପ୍ରେସ କ୍ଳବ ର କୋଷାଧକ୍ଷ ପ୍ରଦୀପ କୁମାର ପଣ୍ଡା ମୁଖାଗ୍ନି ଦେଇଥିଲେ l ସେ ଜଣେ ପରପୋକାରୀ, ଛାତ୍ରବତ୍ସଳ, ମିଷ୍ଟଭାଷି, ଧର୍ମ ପରାୟଣ, ସ୍ୱଷ୍ଟବାଦୀ, ଶାନ୍ତ ସ୍ୱଭାବ ପ୍ରକୃତିର ବ୍ୟକ୍ତିତ୍ୱ ରହିଥିଲେ l ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସହର ର ଦୁର୍ଗାଦେବୀ ସାହି ସ୍ଥିତ ତାଙ୍କ ବସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିବା ସହ ଶୋକବ୍ୟକ୍ତ କରିଥିଲେ l(ପ୍ରଦୀପ କୁମାର ପଣ୍ଡା)