ଶ୍ରୀରାମ ନବମୀ ପାଳିତ,ଭକ୍ତ ବିରାଟ ଶୋଭାଯାତ୍ରା
ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମାରେ ଥିବା ଶ୍ରୀରାମ ମନ୍ଦିରରେ ଆଜି ଆଡମ୍ବରରେ ଶ୍ରୀରାମ ନବମୀ ପାଳନ କରାଯାଇଛି । ଚୈତ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ରାମ ମନ୍ଦିରରେ ପୂଜକ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ , ହୋମ ଯଜ୍ଞ କରିବା ସହ ରାମ ଚରିତ ପାଠ କରାଯାଇଛି
। ବଜରଙ୍ଗ ଦଳ ଯୁବକ ମାନଙ୍କ ତରଫରୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କର ଜନ୍ମ ଜୟନ୍ତୀ ବା ଶ୍ରୀରାମ ନବମୀ ଅବସରରେ ଗୁରୁବାର ଦିନ ହିନ୍ଦୁତ୍ୱ ସତ୍ୟ ସନାତନ ଧର୍ମର ବାର୍ତା ନେଇ ସନାତନ ଧର୍ମ ପାଳନ କରିବାକୁ ଏହି ବଜରଙ୍ଗୀ ଦଳ ଏକ ବିଶାଳ ପଟୁଆରରେ ରାମଭକ୍ତ ହନୁମାନଙ୍କର ପତାକା ଧରି ବାଇକ ରାଲିର ଆୟୋଜନ କରିଥିଲେ ।ଏଥିରେ ଅଂଶଗ୍ରହଣ କରିଥିବା ବଜରଙ୍ଗୀ ଦଳର ସମସ୍ତ ଯୁବକ ମାନେ ପ୍ରଥମେ ରାମନାଗୁଡା ସ୍ଥିତ ରାମ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ସେଠାରୁ ନଗର ପରିକ୍ରମା କରିବା ସହିତ ସ୍ଥାନୀୟ ହନୁମାନ ମନ୍ଦିରରେ ପହଞ୍ଚି ରାମ ଭକ୍ତ ହନୁମାନଙ୍କର ପୂଜା କରାଯାଇଥିବା ବେଳେ ଗଣପତିଗୁଡ଼ାସ୍ଥିତ ମଙ୍ଗଳା ମନ୍ଦିରରୁ ଚାକୁଣ୍ଡାକୁ ବିରାଟ ରାଲି ମାଧ୍ୟମରେ ଯାଇ ସେଠାରୁ ଗୁଲୁଣ୍ଠି ଯାଇ ପୁଣି ସେଠାରୁ ପ୍ରତ୍ୟାବର୍ତ୍ତନ କରି ରାମନାଗୁଡାସ୍ଥିତ ରାମ ମନ୍ଦିରରେ ଶେଷ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ରାମନାଗୁଡା ଥାନା ଅଧିକାରୀ ସୁଶ୍ରୀସୁନିତା ବେହେରାଙ୍କ ନେତୃତ୍ୱରେ ଏଏସଆଇ ପୃଥ୍ୱୀରାଜ ଝଙ୍କାର ,ଜଗନ୍ନାଥ ବେହେରା ସମେତ ସଦଳବଳେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ବାଇକ ରାଲି ମାଧ୍ୟମରେ ଯେଉଁମାନେ ହିନ୍ଦୁ ପରମ୍ପରା ଓ ସନାତନ ଧର୍ମକୁ ଭୁଲି ଆଧୁନିକ ଢାଞ୍ଚା କୁ ଆପଣାଉଛନ୍ତି ସେଥିପାଇଁ ଆମ ମୂଳ ପରମ୍ପରା ନୀତି ନିୟମକୁ ବଞ୍ଚେଇ ରଖିବା ପାଇଁ ଏହି ବାର୍ତା ଲୋକଙ୍କ ପାଖରେ ପହଞ୍ଚେଇବା ଲକ୍ଷ୍ୟ ନେଇ ହନୁମାନଙ୍କର ପତାକା କୁ ସାଙ୍ଗରେ ଧରି ବାଇକ ରାଲି ମାଧ୍ୟମରେ ହଜିବଯାଉଥିବା ହିନ୍ଦୁ ପରମ୍ପରାକୁ ଉଜ୍ଜୀବିତ କରିବା ନିମନ୍ତେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ବଜରଙ୍ଗୀ ଦଳ ପକ୍ଷରୁ କୁହାଯାଇଛି ।