ପାରଳାଖେମୁଣ୍ଡି ସିୟୁଟିଏମର ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ଦୁଇ ଦିନିଆ ଜାତୀୟ ସ୍ତରର ଛାତ୍ରଛାତ୍ରୀ ପରିଚାଳନା ଉତ୍ସବ “ମଞ୍ଜାର୍-୨୦୨୩” କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୩୦/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଆର ସୀତାପୁର ଗ୍ରାମ ନିକଟସ୍ଥ ସିୟୁଟିଏମର ସ୍କୁଲ ଅଫ୍ ମ୍ୟାନେମେଣ୍ଟ ପାରଳାଖେମୁଣ୍ଡି କ୍ୟାମ୍ପସ ପକ୍ଷରୁ ଦୁଇ ଦିନିଆ ଜାତୀୟ ସ୍ତରର ଛାତ୍ର ପରିଚାଳନା ଉତ୍ସବ ମଞ୍ଜାର୍ ୨୦୨୩ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି ।ଏହି ମଞ୍ଜାର-୨୦୨୩ ର ଉଦଘାଟନୀ ସମାରୋହ ଆଜି ମାର୍ଚ୍ଚ ୨୮ ତାରିଖ ରେ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଅଡିଟୋରିୟମ ହଲ ଠାରେ ଅନୁଷ୍ଠିତ ହୋଇଥିଲା ।ଏହି ମଞ୍ଜାର ଉତ୍ସବ ସମାରୋହରେ ବିଭିନ୍ନ ମହାବିଦ୍ୟାଳୟ\’ର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ସିୟୁଟିଏମ: ର ଉପ ପ୍ରଫେସର ଡି:ଏନ: ରାଓ ସେମାନଙ୍କୁ ମ୍ୟାନେଜମେଣ୍ଟ ପକ୍ଷ\’ରୁ ଉତ୍ସାହଜନକ ସମ୍ବୋଧନ ଦେଇ ସ୍ଵାଗତ ଜଣାଇଥିଲେ ।ସେହିଭଳି ସିୟୁଟିଏମ: ର ରେଜିଷ୍ଟ୍ରାର ଡଃ ଅନୀତା ପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ବେଳେ ପିଜିପି: ସଂଯୋଜକ ଡଃ ଦେବୀ ପ୍ରସାଦ ଶତପଥୀ ଏବଂ ଏଡମିନ ନିର୍ଦ୍ଦେଶକ ଡଃ ଦୁର୍ଗା ପ୍ରସାଦ ପାଢ଼ୀ ଏହି ଉତ୍ସବକୁ ସମ୍ବୋଧିତ କରିଥିଲେ ।
ମାଞ୍ଜାର-୨୦୨୩ର ଆବାହକ ଡଃ ସୁଶାନ୍ତ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ\’ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ୟ୍ୟକ୍ରମ\ର ଏହି ଦୁଇଦିନ ମଧ୍ୟରେ ଆଦିତ୍ୟ କଲେଜ , ସନ ଡିଗ୍ରୀ କଲେଜ,ଗାୟତ୍ରୀ କଲେଜ ଶ୍ରୀକାକୁଲମର ସରକାରୀ ଡିଗ୍ରୀ କଲେଜ , କର୍ମିଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଏସକେସିଜି କଲେଜ ଏବଂ ସରକାରୀ ପଲିଟେକ୍ନିକ କଲେଜରୁ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ପରିଚାଳନା , ବୈଷୟିକ , ଅଣ-ବୈଷୟିକ ଏବଂ ସାଂସ୍କୃତିକ କାର୍ୟ୍ୟକ୍ରମ ପ୍ରଭୃତି ଉପରେ ଘୋଷଣା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ ନାଇଟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ,ଏଥିରେ ସିୟୁଟିଏମର ୫୦ ଜଣ ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ୟ ଅଭିନୟରେ ସାମିଲ ଥିଲେ ।