April 29, 2026

ଟୁରି ନଦୀ ବ୍ରିଜ କାମରେ ଅବହେଳା। ଜନ ଅସନ୍ତୋଷ ସହ ଆନ୍ଦୋଳନର ଚେତାବନି

IMG-20260130-WA0054
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳ ଅନ୍ତର୍ଗତ ପାପଡାହାଣ୍ଡି ବ୍ଲକ ଅଧିନସ୍ଥ ତୁମ୍ବର୍ଲା ପଞ୍ଚାୟତର, ତୁମ୍ବର୍ଲା ଗ୍ରାମ ନିକଟରେ ଥିବା ବହୁ ପୁରୁଣା ଟୁରି ନଦୀ ବ୍ରିଜ ପାଖାପାଖି ଦୁଇ ବର୍ଷ ହେବ ଭାଙ୍ଗିଯାଇଛି।

ଖବର ଅନୁଯାୟୀ, ନବରଙ୍ଗପୁର ଠାରୁ ଉମରକୋଟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପାପଡାହାଣ୍ଡି ମୁଖ୍ୟ ଛକ ପଡେ। ସେଠାରୁ କଳାହାଣ୍ଡି ପଟକୁ ବରଗଡ଼ -ବୋରିଗୁମ୍ମା ଜାତୀୟ ରାଜପଥ ଯାଇଛି। କିନ୍ତୁ ଉମରକୋଟ ପଟେ ଯାଇଥିବା ରାସ୍ତାରେ ପାପଡାହାଣ୍ଡି ସହର ମଧ୍ୟ ଦେଇ ଯାଇଥିବା ଐତିହାସିକ ଟୁରି ନଦୀ ବ୍ରିଜର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରଠାରୁ, କଳାହାଣ୍ଡି ପଟୁ ଯାଉଥିବା ଓ ଉମରକୋଟ ପଟୁ କଳାହାଣ୍ଡି ଅଭିମୁଖେ ଆସୁଥିବା ଭାରିଯାନ ଗୁଡିକ ପାଇଁ ତୁମ୍ବର୍ଲା ଠାରୁ ଆସ୍ଥାୟୀ ଭାବେ ବାଇପାସ ରାସ୍ତାର ବ୍ୟବସ୍ଥା କରାଯାଇଥିଲା।କିନ୍ତୁ ଏହି ବ୍ରିଜଟି ଦୈନିକ ଶହ ଶହ ଭାରିଯାନ ଚଳାଚଳ ଯୋଗୁଁ ସମ୍ପୂର୍ଣ ରୂପେ ଦାବିଯାଇ ଭାଙ୍ଗିଯାଇଥିଲା।

ଏହାର ଆଖପାଖେରେ ଥିବା ତୁମ୍ବର୍ଲା,ନାକଟି ଗୁଡା, ପାତ୍ରୀ ପ୍ରଭୃତି ପଞ୍ଚାୟତ ଗୁଡିକର ପାଖାପାଖୀ ପଚାସ ଖଣ୍ଡ ଗ୍ରାମର ଲୋକେ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଏହି ବ୍ରିଜ ଉପରେ ନିର୍ଭରସିଳ ଅଟନ୍ତି। କିନ୍ତୁ ଏହି ବ୍ରିଜଟି ଭାଙ୍ଗିଯିବା ପରଠାରୁ ଉକ୍ତ ପଞ୍ଚାୟତ ବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଣିଷଖିଆ ଭାଲୁ ପ୍ରବଣ ଏହି ଅଞ୍ଚଳର ଲୋକେ ଛୋଟ କାମ ପାଇଁ ମଧ୍ୟ ଭାଲୁ ଭୟ ମନରେ ଚାପି ପ୍ରାୟ ପନ୍ଦର ରୁ କୋଡିଏ କି.ମି ଜଙ୍ଗଲୀ ରାସ୍ତା ଦେଇ ଅଧିକ ବୁଲିକି ଯିବା ଆସିବା କରିବା ପାଇଁ ବାଧ୍ୟ ହେଉଛନ୍ତି। ଏଥି ଯୋଗୁଁ ଉପରୋକ୍ତ ପଞ୍ଚାୟତ ଗୁଡିକର ବାସିନ୍ଦା ଘୋର ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ବ୍ରିଜ ଅତି ଶୀଘ୍ର ନିର୍ମାଣ ଦାବି କରିବା ପରେ, ସ୍ଥାନୀୟ ରାଜନେତାଙ୍କ ସହଯୋଗୀତାରେ, ଗତ ବର୍ଷ ବ୍ରିଜ ନିର୍ମାଣ ପାଇଁ ପ୍ରାୟ ୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ଟେଣ୍ଡର କରାଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଭୁବନେଶ୍ୱରର ଏକ ଠିକା ସଂସ୍ଥା ବ୍ରିଜ କାମ ହାତକୁ ନେଇଛି। କିନ୍ତୁ ଟେଣ୍ଡର ହେବାର ପ୍ରାୟ ୭ ମାସରୁ ଉର୍ଦ୍ଧ କାଳ ବିତି ଯାଇଥିଲେ ମଧ୍ୟ, ଠିକା ସଂସ୍ଥାର ଦେଖାନାହିଁ। ଏନେଇ ଉକ୍ତ ଅଂଚଳର ଲୋକଙ୍କ ମନରେ ଘୋର ଅସନ୍ତୋଷ ଜାତ ହେଉଥିବାବେଳେ, ସେଠାକାର କିଛି ବୁଦ୍ଧିଜିବୀ ଜଣାଇଛନ୍ତି ଯେ’, ସ୍ଥାନୀୟ ଲୋକଙ୍କ ନିରୀହ ପଣିଆ ଦେଖି, ବ୍ରିଜ କାମଟି ଶୀଘ୍ର ନସାରି ଆହୁରି ବିଳମ୍ବ ହୋଇଚାଲିଲେ, ବାଧ୍ୟ ହୋଇ ଆନ୍ଦୋଳଣାତ୍ମକ ପନ୍ଥା ଗ୍ରହଣ କରାଯିବ।

You may have missed