ଆଜିର ଖବର..
୧-ୟୁଜିସିର ନୂଆ ନିୟମ ଉପରେ ସର୍ବୋଚ୍ଚ ଅଦାଲତଙ୍କ ସ୍ଥଗିତାଦେଶ, କେନ୍ଦ୍ର ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗକୁ ନୋଟିସ ଜାରି।
୨-ନୂଆ ଦିଲ୍ଲୀ:ସୁନା ଭରି ୧.୮୦ଲକ୍ଷ,ରୂପା କିଲୋ ୪ ଲକ୍ଷ ଟପିଲା।
୩-ଭୁବନେଶ୍ୱର:୫୦ ହଜାର ଶିକ୍ଷକ ପଦ ଖାଲି, ବିଦ୍ୟାଳୟରେ ତାଲା ଝୁଲିଲାଣି।
୪-ଓଡ଼ିଶାରେ ସ୍ଵାଭାବିକ ଠାରୁ ୨ରୁ ୪ ଡିଗ୍ରୀ ବଢ଼ିଛି ଦିନ ତାପମାତ୍ରା , ରାତିରେ ପଡ଼ୁଛି ଥଣ୍ଡା।
୫-ରାଜ୍ୟ ସରକାରଙ୍କ ଏସସି, ଏସଟି ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶକୁ ଅସିଦ୍ଧ ଘୋଷଣା କଲେ ଓଡିଶା ହାଇକୋର୍ଟ।
୬-ବାଜିଲା ହାଇକୋର୍ଟଙ୍କ ଛାଟ, ଓପେକାର ୨୬ ହଜାର କୋଟି ଟଙ୍କାର ପ୍ରକଳ୍ପ ଉପରେ ଲାଗିଲା ସ୍ଥଗିତାଦେଶ।
୭-ପିୟୁସିସି ସାର୍ଟିଫିକେଟ ଥିଲେ ଛାଡ଼ ହେବ ପୂର୍ବ ଜରିମାନା, ପ୍ରଦୂଷଣ ନିୟମ ଉଲ୍ଲଂଘନଜନିତ ଜରିମାନାକୁ କ୍ଷମା କରୁଛନ୍ତି ସରକାର।
୮-ସ୍କୁଟିରେ ଟଙ୍କା ନେଇ ଯାଉଥିବା ବେଳେ ଏସସିବି ଡାକ୍ତର ସନାତନ ବେହେରାଙ୍କୁ ଧରିଲା ଭିଜିଲାନ୍ସ; ଜବତ ହେଲା ନଗଦ ୨ ଲକ୍ଷ ୬୩ ହଜାର।
୯-ଯିଏ ଅଙ୍କ କଷିକି ସଂଖ୍ୟା ବଢ଼ାଇବ, ସେ ଚତୁର୍ଥ ସିଟ୍ ହାତେଇବ; ରାଜ୍ୟସଭା ରେସକୁ ନେଇ ବିଶ୍ୱେଶ୍ୱରଙ୍କ ବଡ଼ ବୟାନ।
୧୦-ସରିବାକୁ ବସିଲାଣି ଶିକ୍ଷାବର୍ଷ, ହେଲେ ଏପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ବ୍ଲକ ଓ ପୌରସଂସ୍ଥାର ପିଲାଙ୍କୁ ମିଳିଲାନି ସ୍କୁଲ ୟୁନିଫର୍ମ।
୧୧-ଫୁଲବାଣୀ:ଲାଞ୍ଚ ମାମଲାରେ ପୋଲିସ ଏଏସ ଆଇ ନବୀନ କୁମାର ଶତପଥୀଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା।
୧୨-ନବ ଦାସଙ୍କ ହତ୍ୟାକୁ ପୂରିଲାଣି ୩ ବର୍ଷ, ଏପର୍ଯ୍ୟନ୍ତ ରହସ୍ୟ ଘେରରେ ହତ୍ୟାର କାରଣ।
୧୩-ଭୁଷୁଡୁଛି ଲାଲଗଡ଼; ବିଜାପୁର ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ।
୧୪-ବାଲେଶ୍ବର:ଫସଲ ବୀମା ଦୁର୍ନୀତି; ୧୯ଲକ୍ଷ ୮୦ ହଜାର ଟଙ୍କା ଠକେଇ ଅଭିଯୋଗରେ ପୂର୍ବତନ ସମ୍ପାଦକ ସୁବଳ କୁମାର ସାହୁଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ।
୧୫-ଚୌଦ୍ବାର:ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଚୌଦ୍ବାର ଇମ୍ଫା କମ୍ପାନୀକୁ ଘେରିଲେ ସ୍ଥାନୀୟ ଲୋକେ, ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ୧୦ ଘଣ୍ଟା ଧାରଣା।
୧୬-ରାଷ୍ଟ୍ରପତିଙ୍କ ଗସ୍ତ ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଶିମିଳିପାଳ ବନ୍ଦ।
୧୭-କୋଟିଆ ଉପରୁ ହଟୁନି ଆନ୍ଧ୍ରର ଲୋଲୁପ ନଜର, ବିବାଦୀୟ ଗାଁକୁ ଆମର ବୋଲି ପୁଣି ଦାବି କଲା ପବନ କଲ୍ୟାଣଙ୍କ ଦଳ।
୧୮-ସଂସଦରେ ୨୫-୨୬ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ: ଅଭିବୃଦ୍ଧି ଆକଳନ ୭.୪%।
୧୯-ବରୋଦା,WPL:ୟୁପିକୁ ହରାଇ RCB ସିଧା ଫାଇନାଲରେ।
୨୦-ମେଲବୋର୍ଣ୍ଣ,ଅଷ୍ଟ୍ରେଲିଆ ଓପନ୍:ମହିଳା ଫାଇନାଲରେ ସାବାଲେଙ୍କା-ରିବାକିନା।
୨୧-ମୁଡ୍ ଅପ୍ ଦି ନେସନ ସର୍ଭେ ରିପୋର୍ଟ:ଏବେ ନିର୍ବାଚନ ହେଲେ NDA ପାଇବ ୩୫୦+ ଆସନ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
