November 25, 2024

ଦିବ୍ୟ ଦର୍ଶନ ସଂଘର ଷୋଢ଼ବିଶଂ ସାଧନା ଶିବିର….

Share

ବୁଗୁଡା ବ୍ଲକ ଅନ୍ତର୍ଗତ ଆଦିପୁର ଗ୍ରାମ ନିକଟରେ ଥିବା ଦିବ୍ୟ ଦର୍ଶନ ଜରାଶ୍ରମ ଠାରେ ସଦ୍ଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଙ୍କ ଦ୍ୟାରା ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ର ଷୋଢ଼ବିଶଂ ସାଧନା ଶିବିର କାର୍ଯ୍ୟକ୍ରମ ଗତ ଜାନୁୟାରୀ ମାସ ୨୭ତାରିଖ ଠାରୁ ଆରମ୍ଭ ହୋଇ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି। ସାଧନା ଶିବିରର ପ୍ରଥମ ଦିନ ପ୍ରଦୀପ ପ୍ରଜ୍ବଳନ, ଓଁକାର ଧ୍ୟୋନୀ ଓ ଭକ୍ତି ସଙ୍ଗୀତ ସହ ସଭାପତିଙ୍କ ଅଭିଭାଷଣ ରୁ ଆରମ୍ଭ ହୋଇ ଜାନୁଆରୀ ୩୦ ତାରିଖ ଦିନ ପର୍ୟ୍ୟନ୍ତ ବରିଷ୍ଠ ଗୁରୁଭାଇ ଶ୍ରୀ କେଶବ ସେଠି ଶ୍ରୀ ବିଶ୍ଵନାଥ ପ୍ରଧାନ, ଶ୍ରୀ ରବୀନ୍ଦ୍ରନାଥ ମହାନ୍ତି, ଶ୍ରୀ ସୁନାରାମ ମାଝୀ, ଶ୍ରୀ ସତ୍ୟ ନାରାୟଣ ପାତ୍ର, ଶ୍ରୀ ପ୍ରଭାକର ପ୍ରଧାନ, ଶ୍ରୀ ଟି ନିରଞ୍ଜନ ଆଚାରୀକଂ ଦ୍ୟାରା ବିଭିନ୍ ଆଧ୍ୟାତ୍ମିକ ଚେତନା, ସ୍ରୁଷ୍ଟି ତତ୍ତ୍ଵ, ସତ୍ୟ ଚେତନା, ଆଧ୍ୟାତ୍ମିକତା କାହିଁକି? , ଭଗବାନଙ୍କୁ ପାଇବାର ସରଳ ଉପାୟ, ସୁଖଶାନ୍ତି ପାଇବା କିପରି, କର୍ମଫଲ ସିଦ୍ଧାନ୍ତ ଓ ପୁନର୍ଜନ୍ମ, ଆତ୍ମଜ୍ଞାନ, ଶୂନ୍ୟ ଉପାସନା, ପରିବର୍ତ୍ତନ ତତ୍ତ୍ଵ ଗୁରୁ ଶକ୍ତି ସୁକ୍ଷ୍ମ ଦର୍ଶନ ଓ ନିରାଶ ହୁଅ ନାହିଁ ଆଦି ବିଷୟରେ ଆଧ୍ୟାତ୍ମିକ ବାଖ୍ୟା ପ୍ରଦାନ କରିଥିଲେ। ଏହୀ ସାଧନା ଶିବିରକୁ ଓଡିଶା ତଥା ଓଡିଶା ବାହାରରୁ ଏକ ହଜାରରୁ ଉର୍ଦ୍ଧ ଗୁରୁ ଭାଇ ଓ ଭଉଣୀମାନେ ଯୋଗଦାନ କରି ଆଧ୍ୟାତ୍ମିକତାର ପ୍ରେମ ଭାବନା ଗ୍ରହଣ କରିଥିଲେ। ସାଧନା ଶିବିର ରେ ଯୋଗ ଦେଇଥିବା ଗୁରୁଭାଇ ଓ ଭଉଣୀ ମାନଙ୍କୁ ଦ୍ୟାରା ବୁଗୁଡା ସହର ଏବଂ ଆଦିପୁର ଗ୍ରାମରେ ନଗର ପରିକ୍ରମା କରି ଏକ ଆଧ୍ୟାତ୍ମିକ ବାତାବରଣ ଓ ଚେତନା ର ପରିବେଶ ତିଆରି କରାଯାଇଥିଲା। ଉକ୍ତ ସାଧନା ଶିବିରକୁ ଆଦିପୁର ଶାଖାର ସଭାପତି ତଥା ଗୁରୁଭାଇ ମନୋଜ କୁମାର ସାହୁକଂ ତତ୍ତ୍ଵାବଧାନରେ ଆଦିପୁର ଶାଖାର ଗୁରୁଭାଇ ଓ ଭଉଣୀ ମାନେ ପରିଚାଳନା ଏବଂ ସହୋଯାଗ କରିଥିଲେ।