November 24, 2024

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ଗୁଣାତ୍ମକ ଶିକ୍ଷା ସହ ପରିବେଶ ସୁରକ୍ଷା ଓ ସ୍ଥିରତାକୁ ଗୁରୁତ୍ଵ- ଡ଼ ଅନିଲ ଡି ସହସ୍ରବୁଧେ…

Share

 

ଗୁଣୁପୁର ,ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି .ବିଶ୍ୱବିଦ୍ୟାଳୟରର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଆନୁଷ୍ଠାନିକ ଭାବେ ସମାବର୍ତ୍ତନ ଉତ୍ସବର ପ୍ରାରମ୍ଭ ଘୋଷଣା କରିଥିଲେ .କୁଳପତି ଡ଼ ଏ ଭି ଏନ ଏଲ ଶର୍ମା ବାର୍ଷିକ ବିବରଣୀ ଉପସ୍ଥାପନା କରି ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ . ସମ କୁଳାଧିପତି ପ୍ରଫେସର ଡ଼ ଲଳିତ ମୋହନ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ l ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ଗବେଷଣା ମାଧ୍ୟମରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିହେବ ବୋଲି ମତବ୍ୟକ୍ତ କରିବା ସହ ସାମାଜିକ ଦାୟିତ୍ୱ ବିଷୟରେ କହିଥିଲେ .ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଯୋଗଦେଇ ବିଜ୍ଞାନ ଓ ବୈଷୟକ ଗବେଷଣା କ୍ଷେତ୍ରରେ ଅଧିକ ଉନ୍ନତିର ଆବଶ୍ୟକତା ରହିଛି । କଠିନ ପରିଶ୍ରମ ଓ ଏକାଗ୍ରତା ଦ୍ୱାରା ଲକ୍ଷ୍ୟ ହାସଲ କରି ଭାରତକୁ ଏକ ମହାନ ଦେଶ ଭାବେ ଗଢିବାକୁ ଆହ୍ବାନ ଦେଉଛନ୍ତି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଜାତୀୟ ଶିକ୍ଷା ପ୍ରଯୁକ୍ତିବିଦ୍ୟା ଫୋରମ୍ ର ଅଧ୍ୟକ୍ଷ ତଥା ନାକ ର କାର୍ଯ୍ୟନିର୍ବାହୀ କମିଟି ଅଧ୍ୟକ୍ଷ ଏବଂ ଜାତୀୟ ମାନ୍ୟତା ବୋର୍ଡ ର ଅଧ୍ୟକ୍ଷ ପ୍ରଫେସର ଡ଼ ଅନିଲ ଡି ସହସ୍ରବୁଧେ ଯୋଗଦେଇ ୪୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ ପଦକ ସହ ସ୍ନାତକରେ ୧୦୩୯ ଜଣଙ୍କୁ ଓ ସ୍ନାତକତ୍ତୋରରେ ୧୨୪୩ ଜଣଙ୍କ ସହ ୨୦ ଜଣଙ୍କୁ ପି ଏଚ ଡି ଡିଗ୍ରୀ ପ୍ରଦାନ କରିଛନ୍ତି ।ଏହା ସହ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ କୃତିତ୍ୱ ପାଇଁ ଇ ସି ଇ ବିଭାଗ ର ଛାତ୍ରୀ ବିଷ୍ନୁପ୍ରିୟା ମିଶ୍ରଙ୍କୁ ସମ୍ମାନିତ କରିଥିଲେ .ଏହି ଅବସରରେ କୃଷି କ୍ଷେତ୍ର ଉଲ୍ଲେଖନୀୟ ଅବଦାନ ଓ ସମାଜ ସେବା ପାଇଁ ଗୁଣୁପୁର ନିବାସୀ ବରିଷ୍ଠ ନାଗରିକ ତଥା କୃଷିବୀତ ଶ୍ରୀ କୃଷ୍ଣ ପ୍ରସାଦ ବେବର୍ତ୍ତାଙ୍କୁ ସମ୍ମାନ ଜନକ ପି ଏଚ ଡି ଉପାଧି ପ୍ରଦାନ କରାଯାଇଥିଲା .ମୁଖ୍ୟ ଅତିଥି ଡ଼ଃ ସହସ୍ରାବୁଧେ ବିଶ୍ବବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଓ ଅବଦାନ ପାଇଁ ପ୍ରଶଂସା କରିବା ସହ ଏହି ବିଶ୍ବବିଦ୍ୟାଳୟ ଆଗାମୀ ଦିନରେ ଶୀର୍ଷ ତାଲିକାରେ ରହିବା ନେଇ ଆଶାବାଦୀ। କଠିନ ପରିଶ୍ରମ ଏବଂ ଜୀବନ ସାରା ଶିକ୍ଷା ହି ସଫଳତା ର ଚାବିକାଠି ବୋଲି କହିବା ସହ ପରିବେଶ ସୁରକ୍ଷା ଓ ସ୍ଥିରତା ପାଇଁ କାର୍ଯ୍ୟ କରିବା ଓ ବିଶ୍ଵ କୁ ଏକ ପରିବାର ଭାବେ ଗଢିତୋଳିବା ନେଇ ମତବ୍ୟକ୍ତ କରିଥିଲେ। ବିଶ୍ୱବିଦ୍ୟାଳୟର ମହାନିର୍ଦେଶକ ଡ଼ ଜଗଦୀଶ ପଣ୍ଡା ,ପରୀକ୍ଷା ନିୟନ୍ତ୍ରକ ଡ଼ ପି ବିଜୟ କୁମାର ,ବିଶ୍ୱ ବିଦ୍ୟାଳୟର ବୋର୍ଡ଼ ସଦସ୍ୟ ବୃନ୍ଦ , ସଂଯୋଜକ ଡ଼ ରାଧା କୃଷ୍ଣ ପାଢ଼ୀ. ସମସ୍ତ ବିଭାଗର ଡିନ, ବିଭାଗର ମୁଖ୍ୟ , ଅଧ୍ୟାପକ ,ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ . ରେଜିଷ୍ଟ୍ରାର ଡ଼ ଏନ.ଭି.ଜଗନ୍ନାଧା ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।ପରିଶେଷରେ ଜାତୀୟ ସଂଗୀତ ସମୂହ ଗାନ କରାଯାଇଥିଲା .