April 24, 2026

ଯୁବକଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ

hyftu
Share

ବୁଗୁଡ଼ା : ତା ୩୦/୦୧/୨୩ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ କତକଲା ଗ୍ରାମର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସ୍ଥାନୀୟ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି । ଗିରଫ ୨ ଜଣ ହେଲେ ସ୍ଥାନୀୟ ମା ସନ୍ତୋଷୀ ମନ୍ଦିର ସାହିର କେଶବ ସାହୁ ଓ ଗୋଲାମୁଣ୍ଡୁଳା ଗ୍ରାମର ଗୁଡୁ ଓରଫ୍ ସରୋଜ କୁମାର ରାଉତ । ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୬୪/୨୩ ଏବଂ ଦଫା ୩୦୭, ୩୪୧, ୨୯୪, ୩୨୩, ୩୨୫, ୫୦୬, ୩୭୯ ରେ ଏକ ମାମଲା ରୁଜୁ ହୋଇଛି ।ପ୍ରକାଶ ଯେ, ଗତ ୨୮ ତାରିଖ ସକାଳେ କତକଲା ଗ୍ରାମର ପ୍ରଶାନ୍ତ କୁମାର ବିଷୋୟୀ ବୁଗୁଡ଼ାରୁ ଓଡଗାଁକୁ ଯାଉଥିବା ସମୟରେ ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟ ନିକଟରେ କେଶବ ଓ ସରୋଜ ସମେତ ପାଞ୍ଚ ଜଣ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ସଂଘବଦ୍ଧ ଭାବେ ଠେଙ୍ଗାରେ ଆକ୍ରମଣ କରିଥିଲେ । ଏ ନେଇ ପ୍ରଶାନ୍ତ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ ।