ପ୍ରକାଶ ପାଇଲା ନିବନ୍ଧ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସୁନ୍ଦରଗଡ଼
ବାଲେଶ୍ଵର,୩୦/୦୧/୨୩- ମୋ ଅନୁଷ୍ଠାନ ହ୍ବାର୍ଟସପ୍ ଗୃପରେ ଅନଲାଇନ୍ ମାଧ୍ୟମରେ ହୋଇଥିବା ପାକ୍ଷିକ ନିବନ୍ଧ ପ୍ରସଙ୍ଗ – ” ରାଷ୍ଟ୍ରବାଦ ଓ ନେତାଜୀ” ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ଉକ୍ତ ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ସାହିତ୍ୟ ବନ୍ଧୁମାନେ ଯୋଗ ଦେଇଥିଲେ । ସେଥିମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଲେଖିକା ରଞ୍ଜୁଲତା ପାଢ଼ୀ ପ୍ରଥମ ସ୍ଥାନ ଅଧିକାର କରି ନିଜକୁ ତଥା ନିଜ ଅଞ୍ଚଳକୁ ଗର୍ବିତ ମନେକରି ଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଭୁବନପୁରର ଲେଖିକା ଅନ୍ନପୂର୍ଣ୍ଣା ସାହୁ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ଲେଖକ ଅରୁଣ କୁମାର ମହାପାତ୍ର, ଯିଏକି ରାଜ୍ୟ ବାହାରେ କାର୍ଯ୍ୟରତ ସେ ବହୁ ପରିଶ୍ରମ କରି ଗଦ୍ଯ ରଚନା କରିଥିଲେ ମଧ୍ୟ ତାଙ୍କୁ ତୃତୀୟ ସ୍ଥାନ ମିଳିଛି । ସୁଷମା ପାଣିଗ୍ରାହୀ, ସମ୍ବଲପୁର କୌଣସି ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇ ପାରି ନାହାନ୍ତି । ଲେଖା ଜାରି ରଖନ୍ତୁ ନିଶ୍ଚୟ ଦିନେ ସ୍ଥାନ ମିଳିବ । ସମସ୍ତ ଲେଖା ଗୁଡିକୁ ବାଲେଶ୍ଵରର ଲେଖିକା ଓ କବୟିତ୍ରୀ ତାନଶ୍ରୀ ପାଣିଗ୍ରାହୀ ଓ କଟକର ଲେଖିକା ଓ କବୟିତ୍ରୀ ସୁଜାତା ଦାସ ମହାନ୍ତି ସମୀକ୍ଷା କରିଥିଲେ । ସମୀକ୍ଷାର ଫଳାଫଳ ଅତି ଉତ୍ତମ ଅଛି । କର୍ତ୍ତବ୍ୟ କରିଚାଲନ୍ତୁ ଭଗବାନ ନିଶ୍ଚୟ ଦିନେ ସ୍ଥାନ ଦେବାରେ ସହାୟକ ହେବେ । ତେଣୁ ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ଉତ୍ତରୋତ୍ତର କାମନା କରିଛନ୍ତି ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ଆଗାମୀ ଦିନରେ ଆହୁରି ସୁନ୍ଦର ଲେଖାଲେଖି ବିଶ୍ବ ସାହିତ୍ୟ ସମାଜରେ ସୁନାମ ଅର୍ଜନ କରନ୍ତୁ ଏହାହିଁ ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତ ପ୍ରତିଯୋଗୀଙ୍କୁ ନିବେଦନ ।
ବାଲେଶ୍ଵର ଜିଲ୍ଲାରୁ ଦେବାଶିଷ ଦାଶ୍ କ୍କ ରିପୋର୍ଟ,,,,,