ବିଦେଶୀ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ଲାଗି ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ
ଛତ୍ରପୁର ତା ୨୯/୧୨/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ଗ୍ରାମ ପଂଚାୟତ ର ଜନ ପ୍ରତିନିଧିମାନେ ବଉଳଗାଁ ଛକ ରେ ଥିବା ବିଦେଶୀ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ଗ୍ରାମ ର ବିଭିନ୍ନ ଯଥା ସ୍କୁଲ କଲେଜ ଛାତ୍ର ଛାତ୍ରୀ ଯିବା ଆସିବା ସମୟ ରେ କମେଣ୍ଟ ମରା, ଯଥା ସ୍ଥାନୀୟ ଅଂଚଳ ଭିଡ଼ ରହୁଥିବା ଯୋଗୁ ଲୋକଙ୍କଯିବା ଆସିବା ରେ ଅସୁବିଧା, ରାସ୍ତା ଯାମ ହେବା ଏପରି ବିଭିନ୍ନ ଅଭିଯୋଗ କୁ ଆଧାର କରି ବଉଳଗାଁ ସରପଞ୍ଚ ପ୍ରତିମା ଦାସ, ସମିତି ସଭ୍ୟ ରାମ ଚନ୍ଦ୍ର ପରିଡା, ୨୧ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଛବିତା ବେହେରା ଓ କିଶୋର ବେହେରା ପ୍ରମୁଖ ଜନପ୍ରତିନଧି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ପହଂଚି ଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ଆଗାମୀ ଦିନ ରେ ମଦ ଦୋକାନ ସ୍ଥାନାନ୍ତର ନହେଲେ ବଉଳଗାଁ ପଂଚାୟତବାସି ଆନ୍ଦୋଳନ କୁ ଓଲ୍ହାଇବେ।
