ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବରେ ପ୍ରଶାନ୍ତ ପଣ୍ଡାଙ୍କୁ ଦାୟିତ୍ଵ, ବିଭିନ୍ନ ମହଲରୁ ସ୍ବାଗତ
ଛତ୍ରପୁର ତା ୨୯/୧୨/୨୫(ଅରୁଣ କୁମାର ପଣ୍ଡା) ରାଜ୍ୟ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ଦଳର ରାଜ୍ୟ
ସଭାପତି ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଦଳୀୟ ସଙ୍ଗଠନକୁ ସୁଦୃଢ କରିବା ପାଇଁ ରାଜ୍ୟର ସମସ୍ତ ଛାତ୍ର, ଯୁବ ଏବଂ ଦଳୀୟ କର୍ମକର୍ତ୍ତାଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି।
ଏହି ଅବସରରେ ରାଜ୍ୟ ଯୁବ ସଭାପତି ଚିନ୍ମୟ ସାହୁଙ୍କ ଟିମ୍ ରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବରେ ଗଞ୍ଜାମ ଜିଲ୍ଲାର ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ଵ ପ୍ରଦାନ କରିଥିବା ଯୋଗୁଁ ଏହାକୁ ନେଇ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।
ଗଞ୍ଜାମ ଜିଲ୍ଲାରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଭାବରେ କ୍ରମାଗତ ଭାବରେ ପ୍ରଶାନ୍ତ ପଣ୍ଡା ଦାୟିତ୍ଵ ନେଇଥିବା ବେଳେ ତାଙ୍କ ନେତୃତ୍ୱରେ ଜିଲ୍ଲାର ଛାତ୍ର ସଙ୍ଗଠନ ଦୀର୍ଘ ବର୍ଷ ଧରି ପରିଚାଳିତ ହୋଇ ଆସୁଥିବା ବେଳେ ତୃଣମୂଳ ସ୍ତରରେ ସଙ୍ଗଠନ କୁ ସୁଦୃଢ କରିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଦେଖାଯାଇଛି। ଅନ୍ୟପଟେ ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବରେ ନୂତନ ଦାୟିତ୍ବ ପ୍ରଦାନ କରାଯାଇଥିବା ଯୋଗୁଁ ଏହାକୁ ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ଯୁବ ସଭାପତି ଚିନ୍ମୟ ସାହୁଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ ଏବଂ ସମସ୍ତ ରାଜ୍ୟ ପଦାଧିକାରୀଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ପ୍ରଶାନ୍ତ ।
