July 24, 2026

ଉପକୂଳ ସୁରକ୍ଷା ରେ ଅସ୍ତରଙ୍ଗ ପୋଲିସ 

IMG-20251229-WA0045
Share

 

ଅସ୍ତରଙ୍ଗ ୨୯/୧୨,ଚାଲିଛି ଶୀତ ଋତୁ, ଜମୁଛି ପୀକିନିକ୍ ର ଆସର, ରାଜ୍ୟ ର କୋଣ ଅନୁକୋଣ ରୁ ଆସୁଛନ୍ତି ହଜାର ହଜାର ସଂଖ୍ୟା ର ପର୍ଯ୍ୟଟକ ଅସ୍ତରଙ୍ଗ ର ପିର୍ ଜାହାନିଆ ବେଳାଭୂମି ରେ ପୀକିନିକ କରିବାକୁ l ମହିଳା ପରିବାର ଅନେକ ସଂଗଠନ ଦୂର ଦୁରାନ୍ତରୁ ଆସି ଏହି ଶୀତ ଋତୁ ରେ ଅସ୍ତରଙ୍ଗ ବେଳାଭୂମି, କେଳୁଣୀ ପିଠ ଓ ଗଙ୍ଗା ଦେଵୀ ରେ ବଣଭୋଜି କରିବା ସହିତ ପିର୍ ଜାହାନିଆ ଙ୍କ ଦର୍ଶନ ଦେବୀ ମୁଁହାଣ ଅବ ବାହିକାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ, ବିଦେଶା ଗତ ପାଖୀଙ୍କ କଳ ରାବ ଓ ସମୁଦ୍ର ଉପକୂଳ ରେ ମନୋରଞ୍ଜନ ରେ କାଟୁଛନ୍ତି ସମୟ l କିନ୍ତୁ ବର୍ତ୍ତମାନ ଆତଙ୍କବାଦୀ ସକ୍ରିୟ ଥିବା ବେଳେ ପର୍ଯ୍ୟଟକ ଙ୍କ ସୁରକ୍ଷା କୁ ଗୁରୁତ୍ୱ ଦେଇ ଅସ୍ତରଙ୍ଗ ବେଳାଭୂମି ବା ପିର ଜାହାନିଆ ପିଠ ରେ ଅସ୍ତରଙ୍ଗ ପୋଲିସ ତରଫରୁ ଚାଲିଛି କଡା ପେଟ୍ରୋଲିଙ୍ଗ, ଚୋରୀ ଦୁର୍ଘଟଣା ଟ୍ରାଫିକ କଣ୍ଟ୍ରୋଲ କୁ ରୋକିବା ସହିତ ବିଭିନ୍ନ ସ୍ଥାନ ରେ କଡା ନଜର ରଖି ପର୍ଯ୍ୟଟକ ଙ୍କୁ ସୁରକ୍ଷିତ ସହ ସହଯୋଗ ର ହାତ ବଢ଼ାଇଛି ଅସ୍ତରଙ୍ଗ ପୋଲିସ, ଲାଇଫଗାର୍ଡ ଜାହାନିଆ ସିକୁରିଟି ଙ୍କୁ ନେଇ ଉପକୂଳ ସମୁଦ୍ର ରେ ସ୍ନାନ କରୁଥିବା ପର୍ଯ୍ୟଟକ ଙ୍କୁ ସତର୍କ କରାଇବା ସହ ମଦ୍ୟପ ଓ ଅମାନିଆ ଙ୍କୁ ତାଗିଦ କରୁଛନ୍ତି ପୋଲିସ ଓ ସିକୁରିଟି l ପର୍ଯ୍ୟଟକ ଙ୍କ କହିବା କଥା ଆଗରୁ ଆମେ ଯେତିକି ଅସୁରକ୍ଷିତ ଥିଲୁ ବର୍ତ୍ତମାନ ଅସ୍ତରଙ୍ଗ ଉପକୂଳ ରେ ପୋଲିସ ର ପେଟ୍ରୋଲିଙ୍ଗ ଆମକୁ ସୁରକ୍ଷିତମନେ

ହେଉଛି l ତେଣୁ କରି ଓଡ଼ିଶାରେ ଯେତେ ପର୍ଯ୍ୟଟନ ଭିତ୍ତି ଭୂମି ଅଛି, ପୂରୀ ଜିଲ୍ଲାର ଅସ୍ତରଙ୍ଗ ପିର ଯାହାନିଆ ବେଳାଭୂମି ଓ ତା ଠାରୁ ଅଳ୍ପ କିଛି ଦୂରରେ ଥିବା ସ୍ଥାୟୀ ଇ କୋ ରିଟ୍ରିଟି ରେ ରାତ୍ରିର ରହଣି ସୁବିଧା ସହ ଦେବୀ ନଦୀ ଓ ସମଦ୍ର ର ଲୁଚକାଳି ଖେଳ ଜେ କୌଣସି ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବ ସେଥିରେ ତିଳେ ମାତ୍ର କହିବାର କୌଣସି ଆବସ୍ୟ କତା ନାହିଁ l

You may have missed