ଆଜିର ଖବର…
୧-ମୁଖ୍ୟମନ୍ତ୍ରୀ କଳାକାର ସହୟତା ଯୋଜନାରେ ମାସିକ ଭତ୍ତାକୁ ବୃଦ୍ଧି କରାଯାଇଛି ।ଯୋଜନାରେ ୪୭ ହଜାର ୭୦୪ ଜଣ କଳାକାର ଉପକୃତ ହେବେ ।
୨-ରଣକ୍ଷେତ୍ର ପାଲଟିଲା ଦାରିଙ୍ଗବାଡି, ବଣଭୋଜିରେ ହେଲା ଗୋଷ୍ଠୀ ସଂଘର୍ଷ, ବ୍ରହ୍ମପୁରର ୫ ଅଟକ।
୩-ଶିଖରଚଣ୍ଡୀରେ ଉଡିଲା ଡ୍ରୋନ୍, ମୁଣ୍ଡିଆ ଛାଡ଼ି ଯାଉ ନାହାଁନ୍ତି ୨ ଦନ୍ତା ହାତୀ, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ।
୪-ନନ୍ଦନକାନନକୁ ନୂଆ ବର୍ଷ ଭେଟି, ୩ ଟି ଶାବକ ଜନ୍ମ ଦେଇଛି ବାଘୁଣୀ ଜୟଶ୍ରୀ।
୫-ଜାନୁୟାରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତିକୁ ବିରୋଧ।
୬-ଝାରସୁଗୁଡ଼ା:ହୋମଗାର୍ଡ ପରୀକ୍ଷା,୧୦୨ ପୋଷ୍ଟ, ୪ ହଜାର ପରୀକ୍ଷାର୍ଥୀ।
୭-ଧଉଳି ବୁଲି ଦେଖିଲେ ମୁଖ୍ୟ ନିର୍ବାଚନ କମିଶନର, ରଘୁରାଜପୁର କଳା କାରିଗରୀ ଦେଖି ବିମୋହିତ।
୮-ଭଦ୍ରକ:ଚୋରି କରୁଥିଲା ବେଳେ ଧରାପଡିଲା ଯୁବକ, ଇଲେକଟ୍ରିକ ପୋଲରେ ବାନ୍ଧି ଉତ୍ତମମଧ୍ୟମ ଦେଲେ ଗ୍ରାମବାସୀ।
୯-ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ସରକାରଙ୍କ ପକ୍ଷରୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ।
୧୦-ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ, ‘ପାର୍ବତୀ ଗିରି’ଙ୍କୁ ପ୍ରେରଣାର ଉତ୍ସ ବୋଲି କହିଲେ ମୋଦି।
୧୧-ଭୁବନେଶ୍ୱର:୩୧ରୁ UGC ନେଟ୍, ଜାନୁଆରୀ ୭ ଯାଏଁ ଚାଲିବ।
୧୨-ତିନି ପ୍ରମୁଖ ରାଜନୈତିକ ଦଳକୁ ସଂଗଠନ ଚିନ୍ତା; ଅନ୍ତଃକନ୍ଦଳ ରୋକିବା ମୁଖିଆଙ୍କ ପାଇଁ ଆହ୍ୱାନ,ସ୍ଥିତି ଅଣାୟତ ହେଉଥିବା ଲକ୍ଷ୍ୟ କରି ସଂଗଠନ ସଜାଡିବା ଆରମ୍ଭ କରିଛନ୍ତି ସୁପ୍ରିମୋ ।
୧୩-ଭୁବନେଶ୍ୱର:ମନମୋହନଙ୍କ ଈସାରା,ନୂଆ ବର୍ଷରେ ହେବ ବୋର୍ଡ ନିଗମ ନିଯୁକ୍ତି।
୧୪-ଥିରୁଅନନ୍ତପୁରମ:ମହିଳା ୪ର୍ଥ ଟି-ଟ୍ବେଣ୍ଟି-ଶ୍ରୀଲଙ୍କାକୁ ୩୦ ରନ୍ ରେ ହରାଇଲା ଭାରତ।
୧୫-ନୂଆ ଦିଲ୍ଲୀ:AI ବିପଦ ରୋକିବାକୁ ଓପନ ଏଆଇର ପ୍ରସ୍ତୁତି, ବିଶେଷଜ୍ଞ ନିଯୁକ୍ତ।
୧୬-ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା ପରେ ଲଣ୍ଡନରେ ବିକ୍ଷୋଭ, ହିନ୍ଦୁଙ୍କୁ ବିରୋଧ କଲେ ଖାଲିସ୍ତାନୀ।
୧୭-ବହୁ ସଂଖ୍ୟକ ପାକିସ୍ତାନୀ ଦେଶ ଛାଡି ଅନ୍ୟତ୍ର ଯାଉଛନ୍ତି। ବିଶେଷକରି ପାକିସ୍ତାନରେ ଏବେ କୁଶଳୀ ପେସାଦାର ମାନେ ଦେଶ ଛାଡି ପଳାୟନ କରୁଛନ୍ତି।
୧୮ଟ୍ରମ୍ପଙ୍କୁ ଭାରି ପଡୁଛି ଟାରିଫ ମାଡ଼: ଆମେରିକାର ୭୧୭ କମ୍ପାନୀ ଦେବାଳିଆ।
