ମା ରଣପୁରୀ ଏକାଡେମୀ କଦମଛନ୍ଦା ଉଚ୍ଚ ବିଦ୍ୟାଳୟ ର ୨୦୦୨ ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କୃଷ୍ଣାନନ୍ଦପୁର ଗ୍ରାମ ପଞ୍ଚାୟତ ନୂଆଗାଁ (କଦମଛନ୍ଦା ) ର ୨୦୦୨ ବର୍ଷ ସପ୍ତମ ବ୍ୟାଚ ର ଦୀର୍ଘ ୨୩ ବର୍ଷ ପରେ ପ୍ରଥମ ବନ୍ଧୁ ମିଳନ ଉତ୍ସବ ଆନନ୍ଦ ଉଲ୍ଲାସ ସହକାରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨୩ ବର୍ଷର ବ୍ୟବଧାନ ପରେ ପ୍ରାକ୍ତନ ଛାତ୍ରଛାତ୍ରୀ ମାନଙ୍କ ମନରେ ଭରିଦେଇଥିଲା ଅନେକ ସ୍ମୃତି ପିଲା ଦିନ ପାଠ ପଢା ବେଳ ର ଝଲକ । ବହୁତ ମଜା ମସ୍ତିରେ ନାଚ ଗୀତ ରେ ପୁରାତନ ଛାତ୍ର ଛାତ୍ରୀ ମାନେ ପାଳନ କରିଥିଲେ ଏହି ଉତ୍ସବ କୁ । ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓମ ପ୍ରକାଶ ସାହୁ,ବେଦ ପ୍ରକାଶ ନାୟକ,ବିଜୟ ମହାନ୍ତି, ଜ୍ଞାନରଞ୍ଜନ ସାହୁ, ରବୀନ୍ଦ୍ର ମଲ୍ଲିକ,ଦୀପକ ପତି, ସଂଜୀବ ସିଂହ, ଅଜିତ ପତି,ରାଜେଶ ମହାପାତ୍ର,ଚନ୍ଦ୍ରମଣି ମଲ୍ଲିକ, ଅନିଲ ମହାପାତ୍ର, ଜୟଦେବ ବାରିକ, ଗୁରୁଚରଣ ମଲ୍ଲିକ,ପ୍ରକାଶ ଦାସ, ଶିବପ୍ରସାଦ ଦାସ, ବସନ୍ତ ସାହୁ, ଅଧିର ବେହେରା,ପ୍ରଭାସିନୀ ଭୂୟାଁ, ଜୀନୁପ୍ରଭା ଦଳେଇ, ବିନତି ସାହୁ,ତପସ୍ମିନି ରାଉତ, କୁସୁମ ଜେନା, ସୁଚିତ୍ରା ସେଠି, ଗୀତାଞ୍ଜଳି ସେଠି, ବିନିତା ବେହେରା, ରଶ୍ମିତା ଦାସ, କାମିନୀ ବେହେରା କାର୍ଯ୍ୟକ୍ରମ ଟି ନିଜ ଶିକ୍ଷାପ୍ରାପ୍ତ ବିଦ୍ୟାଳୟ ର ନିକଟ ପାଇକା ନଦୀ ର ପଠା ମଧ୍ୟରେ ଆୟୋଜିତ ହୋଇଥିଲା ଯାହା ଅନ୍ୟ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେରଣାଦାୟୀ ଖବର ପାଲଟିଛି ।ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
