ଗଜପତି:- ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ ଗଜପତି ଜିଲ୍ଲାର ଗସ୍ତ:- ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଜନିତ ଧାନ କ୍ଷୟକ୍ଷତିର ଅନୁଧ୍ୟାନ ଉଚ୍ଚସ୍ତରୀୟ ଆକଳନ ..
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଝାରୀ ଆଜି ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଗ୍ରାମକୁ ଯାଇ ଗତ ଅଦିନିଆ ଲଗାଣ ବର୍ଷାରେ ଧାନ ଫସଲ ଓ ଧାନ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରି ଅନୁଧ୍ୟାନ ଓ ଉଚ୍ଚସ୍ତରୀୟ ଆକଳନ କରି ଫେରି ଯାଇଛନ୍ତି ।
ଗତ ୩/୪ ଦିନ ପୂର୍ବେ ଅଦିନିଆ ଲଗାଣ ବର୍ଷା ଦେଖା ଦେଇଥିଲା । ସେଥିରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ଉପଲଡା , ଲିଙ୍ଗିପୁର , ଭୁସୁକୁଡ଼ି ଓ ଗୁରାଣ୍ଡୀ ପଞ୍ଚାୟତ ସମେତ ବିଭିନ୍ନ ଅଞ୍ଚଳରେ ୨,୧୨୮ ହେକ୍ଟର ଅଞ୍ଚଳରେ ଚାଷୀ ମାନଙ୍କ ଧାନ ରହିବା ସହ କେତେକ କଟା ହୋଇପାରିନି ତ କେତେ ଅଞ୍ଚଳରେ ଧାନ କାଟି ବିଲରେ ପଡ଼ିରହିଛି ତ କେତେକ ଅଞ୍ଚଳରେ ଧାନ ଗଡା ହୋଇ ରହିଛି , ସବୁଠି ବର୍ଷା ପାଣି ରେ ଓଦା ହୋଇ ଗଜା ମାରି ଦେଇଛି । ସେହି କ୍ଷୟକ୍ଷତି ଅନୁଧ୍ୟାନ ଓ ଉଚ୍ଚସ୍ତରୀୟ ଆକଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ସେ ସବୁ ଆସି ଦେଖିଥିଲେ । ଚାଷୀଙ୍କ ସହ କ୍ଷୟକ୍ଷତି ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଚାଷୀ ମାନେ ଶତାଧିକ ସଂଖ୍ୟାରେ ରୁଣ୍ଡ ହୋଇ ସେମାନଙ୍କ ଗଜା ଧାନ ଓ ପୂଚୁକା ଧାନ ଧରି ଜଗିରହି ସେମାନଙ୍କ ଧାନ , ବର୍ଷା ପାଣିରେ କିଭଳି ପୁଚୁକା ହେବା ଓ ଗଜା ହୋଇଥିବା ଦେଖାଇଥିଲେ ।
ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଚାଷୀ ମାନଙ୍କ କ୍ଷୟକ୍ଷତି ଦେଖି ସେମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ , ସରକାର ଚାଷୀଙ୍କ ସହ ଅଛନ୍ତି , ଏବଂ ଚାଷୀଙ୍କ ଦୁଃଖ ବୁଝିବା ପାଇଁ ଆମେ ଆସିଛୁ । ଫସଲ ବୀମା ପଞ୍ଜିକରଣ ପ୍ରକାରେ ନ ହେଲେ ମଧ୍ୟ ଆରଆଇ , ତହସିଲଦାର ଓ ବିଡ଼ିଓ ଙ୍କ ସର୍ଭେ ପ୍ରକାରେ ସମସ୍ତ ଚାଷୀଙ୍କ କ୍ଷୟକ୍ଷତିର କ୍ଷତିପୂରଣ ଦିଆଯିବ । ହେଲେ ମଧ୍ୟ ଏଥିରୁ ଯେଉଁ ଧାନ ବାହାରିବା ତାହା ମଧ୍ୟ ସରକାର ରଖିବେ ବୋଲି କହି ଚାଷୀ ମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ। । ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ସାମ୍ବାଦିକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ ଗ୍ରସ୍ତ ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି ଯେ , ଗଜପତି ଜିଲ୍ଲାରେ ଗତ ଦିନରେ ଯେଉଁ ଅଦିନିଆ ଲଗାଣ ବର୍ଷା ଦେଖା ଦେଇଛି , ସେଥିରେ ଗଜପତି ଜିଲ୍ଲାର ପ୍ରଭୂତ ଧାନ କ୍ଷତି ହୋଇଛି । ଯାହାକି , ଜିଲ୍ଲାରେ ୨, ୧୨୮ ହେକ୍ଟର ଜମିର ଧାନ ପ୍ରଭାବିତ ହୋଇଛି । ଚାଷ ଜମିରେ ଧାନ କଟା ହୋଇ ରହିଛି ଏବଂ ଗଦା କରି ରଖିଥିବା ଧାନ ସବୁ ବର୍ଷା ପାଣିରେ ପ୍ରଭାବିତ ହୋଇଛି , ଗଜା ଓ ପୁଚୁକା ହୋଇ ପଡ଼ି ରହିଛି । ସେ ସବୁ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କୁ ଦେଖାଇ ସେମାନଙ୍କ ଦୁଃଖ ଜଣାଇବା ସହ ଅଭିଯୋଗ ପତ୍ର ମଧ୍ୟ ଦେଇଥିଲେ । ସେ ସବୁର ଅନୁଧ୍ୟାନ ଓ ଉଚ୍ଚ ସ୍ତରୀୟ ଆକଳନ କରିଥିଲେ । ଏଭଳି ପରିସ୍ଥିତିରେ କେତେ କ୍ଷୟକ୍ଷତି ହୋଇଛି , ସରକାର ତାଙ୍କର ଆକଳନ କରିବା ପ୍ରକାରେ କ୍ଷତିପୂରଣ କେତେ ଦେବେ ତାହା ସରକାର ନିଷ୍ପତ୍ତି ନେବେ ଦେବେ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଥିଲେ ।
ଅନ୍ୟପକ୍ଷରେ ଗଜପତି ଜିଲ୍ଲାରେ ଚଳିତ ମାସର ଆସନ୍ତା ୩୦ ତାରିଖ ଦିନ ଧାନ ମଣ୍ଡି ଖୋଲାଯିବା କାର୍ଯ୍ୟକ୍ରମ ରହିଥିଲା , କିନ୍ତୁ ଅଦିନିଆ ଲଗାଣ ବର୍ଷା ଓ ଚାଷୀଙ୍କ ଧାନ ପ୍ରଭାବିତ ହୋଇଥିବା କାରଣରୁ ଏହାକୁ ଆସନ୍ତା ଜାନୁଆରୀ ୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଚାଷୀ ମାନେ ସେମାନଙ୍କ ଧାନକୁ ଭଲ ଭାବେ ଶୁଖାଇ ମଣ୍ଡିକୁ ଧାନ ଆଣିବେ । ବର୍ଷାରେ ପ୍ରଭାବିତ ଧାନର ରଙ୍ଗ ଯାହା ହେଲେ ମଧ୍ୟ ତାହା ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ହିଁ ଏଠାରେ କାର୍ଯ୍ୟକାରୀ ହେବ ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ ଏହି ଗ୍ରସ୍ତ ବେଳେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହି , ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ , ଏସପି ଶ୍ରୀ ଯତୀନ୍ଦ୍ର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ଗୁଣନିଧି ନାୟକ ଏବଂ ତହସିଲଦାର ଶ୍ରୀ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
——————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————–