June 21, 2026

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତ..

IMG-20241229-WA0025
Share

ପାରଳାଖେମୁଣ୍ଡି,ଆଜି ଦିନିକିଆ ଗଜପତି ଜିଲ୍ଲା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ମାନ୍ୟବର ମନ୍ତ୍ରୀ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ଶ୍ରୀଯୁକ୍ତ ସୁରେଶ ପୂଜାରୀ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଉପଲଡା ଗ୍ରାମ ଓ ଗୁରାଣ୍ଡି ଗ୍ରାମ ଚାଷୀଙ୍କ ସହ ଭେଟି ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଫସଲ ସଂପର୍କରେ ଆଲୋଚନା କରିବା ସହ କ୍ଷୟ କ୍ଷତି ଆଖଳନ କରିଥିଲେ। ଫସଲ ବୀମା ଯୋଜନାରେ ଲୋକମାନଙ୍କୁ ପଞ୍ଜିକରଣ କରିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟ କ୍ଷତି ତଥ୍ୟ ପଞ୍ଚାୟତ, ବ୍ଲକ୍, ଜିଲ୍ଲା କୃଷି ଅଧିକାରୀ,ତହସିଲଦାର, ସ୍ଥାନୀୟ ଆର.ଆଈ,ପ୍ରଭୃତିଙ୍କୁ ଫସଲ ନଷ୍ଟ ବିଷୟରେ ଦରଖାସ୍ତ କରିପାରିବେ ଏବଂ କୃଷି ରକ୍ଷକ ପୋର୍ଟାଲରେ କ୍ଷୟ କ୍ଷତି ପଞ୍ଜିକରଣ କରିବା ପାଇଁ ଚାଷୀ ଭାଇମାନଙ୍କୁ ଅନୁରୋଧ କରିଥିଲେ । ସରକାର ଲୋକମାନଙ୍କ ସହିତ ରହିଛନ୍ତି ସବୁବେଳେ ଲୋକମାନଙ୍କୁ ସହଯୋଗ କରିବେ ।

ଏହି ଗ୍ରସ୍ତ ସମୟରେ ସ୍ଥାନୀୟ ପାରଳାଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହି , ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ,ମାନ୍ୟବର ବିଧାୟକ ମୋହନା, ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଜିଲ୍ଲାପାଳ ଗଜପତି,ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ଗଜପତି , ଶ୍ରୀ ରାଜେନ୍ଦ୍ର ମିଞ୍ଜ ଅତିରିକ୍ତ ଜିଲ୍ଲାପାଳ ଓ ଡ଼.ଗୁଣନିଧି ନାୟକ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଓ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

ଗଜପତି ରୁ ଲମ୍ବୋଦର ସାହୁ ଙ୍କ ରିପୋର୍ଟ