June 21, 2026

ସ୍ବର୍ଗତ ରାମଚନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଜିଲ୍ଲା ସ୍ତରୀୟ ପୁରୀ ପ୍ରିମିୟର ଲିଗ T-20 କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ l

IMG-20241229-WA0009
Share

ଆଜି ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଗୋରୁଆଳ ଠାରେ ପୂର୍ବତନ ବ୍ଲକ ଅଧକ୍ଷ, ଜିଲ୍ଲାପରିଷଦ, ସରପଞ୍ଚ ତଥା ଶ୍ରମିକନେତା ସ୍ବର୍ଗତ ରାମଚନ୍ଦ୍ର ପ୍ରଧାନଙ୍କ ସ୍ମୁତିରେ ପୁରୀ ଜିଲ୍ଲା ସ୍ତରୀୟ ପୁରୀ ପ୍ରିମିୟର ଲିଗ ଟି – ୨୦ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡିଶା ଅଲମ୍ପିକ ଆସୋସିଏସନର କୋଷାଧକ୍ଷ ରବିଶଙ୍କର ପ୍ରତିହାରୀ, ଅନ୍ୟତମ ସମ୍ମାନିତ ଅତିଥିଭାବେ ରାମଚନ୍ଦ୍ର ଫାଉଣ୍ଡେସନର ଅଧକ୍ଷ ତଥା ସମାଜସେବୀ ରମେଶ ପ୍ରଧାନ ଫାଉଣ୍ଡେସନର ସମ୍ପାଦକ ଅଧିବକ୍ତା ଦିଗମ୍ବର ବେହେରା ଯୋଗଦାନ କରି ରାମଚନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଟୁର୍ନାମେଣ୍ଟର ଶୁଭଉଦ୍ଘାଟନ କରିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରି ବ୍ରହ୍ମଗିରି ର ବରପୁତ୍ର ରାମଚନ୍ଦ୍ର ପ୍ରଧାନଙ୍କ ସ୍ମୃତି ଚାରଣ କରିବା ସହିତ ମହାବୀର ସ୍ପୋର୍ଟ୍ସକ୍ଳବ, ଗୋରୁଆଳ କୁ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସଂଯୋଜକ ବିପିନ ସାର, ଏହି ଟୁର୍ନାମେଣ୍ଟକୁ କ୍ଳବର ସମସ୍ତ କାର୍ଯ୍ୟକର୍ତ୍ତା ସୁନ୍ଦର ଭାବରେ ପରିଚାଳନା କରୁଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l